ଢେଙ୍କାନାଳ : ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି. ସହବନ୍ଧିତ ନିଖିଳ ଓଡିଶା ଏମ୍.ଡି.ଏସ୍. ପାଚିକା ସହାୟିକା ସଂଘର ବୈଠକ ରବିରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ସମ୍ପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଗତ ୧୦.୧୦.୨୦୨୨ରିଖର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ହୋଇଥିବା ଆନ୍ଦୋଳନ ଏବଂ ରାଜ୍ୟସ୍ତରରେ ତା୩୦.୧୧.୨୦୨୨ ରିଖରେ ହୋଇଯାଇଥିବା ଆନ୍ଦୋଳନର ସମୀକ୍ଷା କରାଯାଇଥିଲା । ଆସନ୍ତା ୩୦.୧୨.୨୦୨୨ରିଖ ଦିନ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପାଚିକା ସହାୟିକାମାନଙ୍କୁ ଶ୍ରମିକ ମାନ୍ୟତା ସର୍ବନିମ୍ନ ମଜୁରୀ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପାଚିକା ସହାୟିକାମାନଙ୍କୁ ପ୍ରଦାନ କରିବା ପ୍ରଭୃତି ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ନିଷ୍ପତି ନିଆଗଲ।। ମଜୁରୀ ଉପରେ ରାଜ୍ୟ ସରକାର ଘୋଷଣା ନକଲେ ବିଧାନସଭା ଚାଲୁଥିବା ସମୟରେ ଗଣଧାରଣା ସଂଗଠିତ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ଉକ୍ତ ବୈଠକରେ ପୁଷ୍ପଲତା ଦାସ, ଭବାନୀ ସାହୁ, ବାସନ୍ତୀ ପାଳ, ସୁଷମା ଦାସ, ଅଞ୍ଜଳି ବାରିକ,ସଂଧ୍ୟା ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।