ଢେଙ୍କାନାଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରୁ ଯାଉଥିବାବେଳେ ଢେଙ୍କାନାଳ ସଦର ବ୍ଲକ୍ର ପଶ୍ଚିମେଶ୍ୱର ଠାରେ ସାଧାରଣ ଲୋକ ଓ କାର୍ଯ୍ୟକର୍ତାଙ୍କ ଗହଣରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୬ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ ।
ସେଠାରେ ଭାରତମାତାର ସୁଯୋଗ୍ୟ ସନ୍ତାନ, ଅଦ୍ୱିତୀୟ ରାଜନେତା, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘନ ଜେନା, ନିରୋଜ ନଳିନୀ ମହାଳିକ, ଢେଙ୍କାନାଳ ଲୋକସଭା କ୍ଷେତ୍ରର ସଂଯୋଜକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସିମାଂଚଳ ଖଟେଇ, ରାଜ୍ୟ ରାଷ୍ଟ୍ରୀୟ କାର୍ଯ୍ୟ ସମିତି ସଦସ୍ୟା ସୁଶ୍ରୀ ଆୟୁଷୀ ଶ୍ରୀମାଲି, ଲୋକସଭା ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ସନାତନ ବେହେରା, ମାତୃ ପ୍ରସାଦ ନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ରତିକାନ୍ତ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୀବ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ସରପଂଚ ପ୍ରତାପ ସ୍ୱାଇଁ, ମଣ୍ଡଳ ସଭାପତି ଧୃବଚରଣ ରାଉତ, ମଧୁସୂଦନ ଜେନା, ପୂର୍ବତନ ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ପଦ୍ମଭୂଷଣ ସାହୁ, ବରିଷ୍ଠ କାର୍ଯ୍ୟକର୍ତା କ୍ଷେତ୍ରବାସୀ ସାହୁ, ହାଡିବନ୍ଧୁ ସେଠୀ, ପ୍ରଶାନ୍ତ ଗଣ୍ଠିଆ, ରବିନ୍ଦ୍ର ବେହେରା, ସୂର୍ଯ୍ୟପ୍ରତାପ ରାଉତ, ମୃତ୍ୟୁଞ୍ଜୟ ଲେଙ୍କା, କ୍ଷିରୋଦ କୁମାର ରାଉତ, ସଂଯୁକ୍ତା ହୋତା, ଗୋବିନ୍ଦ ଲେଙ୍କା, ସୁଚିତ୍ର ବେହେରା, ବଳରାମ ସେଠୀ, ସନ୍ତୋଷ କୁମାର ମିଶ୍ର ସମେତ ଶତାଧିକ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।