ଢେଙ୍କାନାଳ : ବଡିଦିନ ଉପଲକ୍ଷେ ଉଫୁନା ପକ୍ଷରୁ ଏକ ବନ୍ଧୁମିଳନ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ଉଫୁନା ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୂର୍ବତନ ଲୋକ ସଂପର୍କ ଅଧିକାରୀ ଡକ୍ଟର ପ୍ରମୋଦ କୁମାର ନାୟକ କହିଲେ ଯେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହିଦିନ ଜନ୍ମଗ୍ରହଣ କରି ପୃଥିବୀ ରେ ଶାନ୍ତିର ବାର୍ତା ପ୍ରଦାନ କରିଥିଲେ ।
ଆଭାଷୀ ଯୋଗେ ଉଫୁନାର ରାଜ୍ୟ ଉପସଭାପତି ତତା ଭୁବନେଶ୍ୱର ପସ୍କୋ ଜଜ୍ ଭିକାରୀ ଚରଣ ରାଉତ ବିଶ୍ୱରେ ଶାନ୍ତି ଓ ସଂହତି ବଜାୟ ରଖିବାପାଇଁ ବାର୍ତା ପ୍ରେରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜସେବୀ ରୁଦ୍ର ପ୍ରସାଦ ଶରଣ କହିଲେ ଯେ, ଆଜିର ଦିନଟି ଧର୍ମ ନିରପେକ୍ଷ ଦିବସ ରୂପେ ପାଳନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ବଡଦିନ ଉପଲକ୍ଷେ ବକ୍ତାମାନେ ଏହି ଦିବସର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସମାଜସେବୀ ସରୋଜ ଶତପଥୀ ସ୍ୱାଗତ ଭାଷଣ ଦେଇଥିବାବେଳେ ଇଞ୍ଜିନିୟର ଅବିନାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପରିବେଶବିତ୍ ଉପେନ୍ଦ୍ର ରାଉତ, ଇଞ୍ଜିନିୟର ଡମ୍ବରୁଧର ପଣ୍ଡା, ପୂର୍ବତନ ଚିଫ୍ ଇଞ୍ଜିନିୟର ଅକ୍ଷୟ ଶତପଥୀ, ପୂର୍ବତନ ସାମରିକ କର୍ମକର୍ତା ବିପିନ ବେହେରା, ଦେବପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ ଡକ୍ଟରେଟ୍ ଉପାଧି ପ୍ରାପ୍ତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ କରାଯାଇଛି । ପ୍ରଫେସର ଦୀଲ୍ଲିପ ନନ୍ଦ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।