ଢେଙ୍କାନାଳ : ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ଢେଙ୍କାନାଳ ଶାଖାର ବାର୍ଷିକ ସାଧାରଣ ସଭା ଅମର ଜୁମର ପ୍ରତାପ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
ପ୍ରଥମେ ଦିବଙ୍ଗତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ସଭାରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ ତା’ର ସମାଧାନ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନୁରୋଧ କରାଗଲା । ବିଶେଷ କରି ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ରେଗୁଲାର କରିବା ପାଇଁ ମହାସଂଘ ନେଇଥିବା ପଦକ୍ଷେପକୁ ସବୁସ୍ତରରେ ପ୍ରଶଂସା କରାଯାଇଥିଲା ।
ଉକ୍ତ ସଭାରେ ସଂଘର ଉପସଭାପତି ପଙ୍କଜ କୁମାର ତ୍ରିପାଠୀ, ସର୍କଲ୍ ସେକ୍ରେଟାରୀ ପ୍ରାଣବନ୍ଧୁ ମହାନ୍ତି, ସଂପାଦକ ବିକାଶ ସାହୁ, ସୁରେନ୍ଦ୍ର ଦାଶ, ମୃତ୍ୟୁଞ୍ଜୟ ପ୍ରଧାନ ଓ ସଂଗଠନ ସଂପାଦକ ବିଜୟ କୁମାର ଭୂଜବଳ, ସହ-ସମ୍ପାଦକ ଉପେନ୍ଦ୍ର କୁମାର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସମୀର ରଞ୍ଜନ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।