ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀରେ ରାଷ୍ଟ୍ରୀୟ ନେତ୍ରୀ ଆୟୁଷୀ !

ଢେଙ୍କାନାଳ : ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ସୁଶ୍ରୀ ଆୟୁଷୀ ଶ୍ରୀମାଲି ଦୁଇଦିନିଆ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ବିଜେପି ଜିଲ୍ଲା ମହିଳାମୋର୍ଚ୍ଚା ଦ୍ୱିତୀୟ କାର୍ଯ୍ୟକାରିଣୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କି, ଭାରତବର୍ଷରେ ଯେଉଁ ସବୁ ରାଜ୍ୟରେ ବିଜେପି ସରକାର ଅଛି ସେଠାରେ ମହିଳାମାନଙ୍କ ଭୋଟ୍ ଦଳ ଅଧିକ ପାଇଛି ।

ଏଣୁ ଆଗାମୀ ୨୦୨୪ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାରେ ମହିଳାମାନଙ୍କର ଭୋଟ୍ କିପରି ଅଧିକରୁ ଅଧିକ ଦଳ ପାଇବ ଉପସ୍ଥିତ କାର୍ଯ୍ୟକାରିଣୀ ସଦସ୍ୟା ଓ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେବା ସହ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି ବୋଲି ମତବ୍ୟକ୍ତ କରି କ୍ଷୋଭ ପ୍ରକାଶ କରିଥିଲେ ।

ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରୋଜ ନଳିନୀ ମହାଳିକ, ଢେଙ୍କାନାଳ ଲୋକସଭା କ୍ଷେତ୍ରର ପ୍ରବାସ ସଂଯୋଜକ ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ଯଶସ୍ୱିନୀ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସରକାରଙ୍କର ସମସ୍ତ ଜନହୀତକର ଯୋଜନା ଗୁଡିକୁ ପ୍ରଚାର ପ୍ରସାର କରି ବୁଥ୍ ସ୍ତରର ଭୋଟରମାନଙ୍କୁ ଅବଗତ କରିବା ସହ ସେମାନଙ୍କ ନିକଟତର ହେବା ପାଇଁ ଆହ୍ୱାନ ଦେଇଥିଲେ ।

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାରୀ ଗୋବିନ୍ଦ ସାହୁର ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ହନିଟ୍ରାପ୍ ଅର୍ଚ୍ଚନା ନାଗ କେଶ୍‌ରୁ ମନ୍ତ୍ରୀ ଓ ନେତାଙ୍କୁ ବଞ୍ଚାଇବା ପାଇଁ ପୋଲିସର ସନ୍ଦେହଜନକ ଭୂମିକା ଓ ବାଟବଣା ତଦନ୍ତକୁ ଦୃଢ ସମାଲୋଚନା, ଏପର୍ଯ୍ୟନ୍ତ ଜିଲ୍ଲାରେ ଧାନମଣ୍ଡି ନଖୋଲିବା, ଜିଲ୍ଲାରେ ଆଇନ୍ ଶୃଙ୍ଖଳା, ଡାକ୍ତରଖାନା, ସ୍ୱାସ୍ଥ୍ୟସେବା ଅବ୍ୟବସ୍ଥା ସହ ୧୫ଦଫା ସମ୍ବଳିତ ଏକ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ରାଜ୍ୟସରକାରଙ୍କୁ ଦୃଢ ସମାଲୋଚନା କରାଯାଇଥିଲା ।

ଓଡିଶାର ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭାରତର ରାଷ୍ଟ୍ରପତି ଭଲି ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ରେ ଅଳଙ୍କୃତ କରିଥିବାରୁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶିକ୍ଷାର ବହୁ ଗୁଣାତ୍ମକ ପରିବର୍ତନ ଆଣିବା ସହ ଓଡିଶାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାହେତୁ ତାଙ୍କୁ ଏହି କାର୍ଯ୍ୟକାରିଣୀ ଧନ୍ୟବାଦ ଦିଆଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରତ୍ନପ୍ରଭା ପଣ୍ଡା, ଜିଲ୍ଲା ଉପସଭାନେତ୍ରୀ ଭାରତୀ ସ୍ୱାଇଁ, ସଂପାଦିକା ଅନିତା ଦାସ, ଜିଲ୍ଲା ମହିଳାମୋର୍ଚ୍ଚା ଉପସଭାନେତ୍ରୀ ସବିତା ନାୟକ, ମାମିନା ସ୍ୱାଇଁ, ସୁନିତା ନାଥ, ସଞ୍ଜୁକ୍ତା ହୋତା, ସଂପାଦିକା କଳ୍ପନା ବିଶ୍ୱାଳ, ପ୍ରଶାନ୍ତି ସାହୁ, ଉଲି ନାୟକ, ପ୍ରଣତି ସାହୁ, ମଧୁସ୍ମିତା ପୁହାଣ, ଗୀତାଞ୍ଜଳି ବେହେରା, କାଉନ୍‌ସିଲର ଲକ୍ଷ୍ମୀପ୍ରିୟା ଦଳେଇ, ସୁମିତ୍ରା ମଲ୍ଲିକ, ଲକ୍ଷ୍ମୀପ୍ରିୟା ନାୟକ, ମମତା ବିଶ୍ୱାଳ, ଏଲିନା ଭୁତିଆ, ପ୍ରେମଲତା ବେହେରା, ରୁନୁବାଳା ରାଉତ, ନିବେଦିତା ରାଉତ, ପ୍ରଭାତୀ ସେଠୀ, ତପସ୍ୱିନୀ ପରିଡା, ମୀରା ସାହୁ, ସୁଫଳା ସାହୁ, ପିଙ୍କି ସେଠୀ ସମେତ ମହିଳାମୋର୍ଚ୍ଚାର ବହୁ ସଦସ୍ୟା ଉପସ୍ଥିତ ଥିଲେ ।

ଶେଷରେ ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟରେ ସୁଶ୍ରୀ ଆୟୁଷୀ ତାଙ୍କର ଦୁଇଦିନିଆ ଜିଲ୍ଲା ଗସ୍ତ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Leave A Reply

Your email address will not be published.

one × five =