ଢେଙ୍କାନାଳ : ସଦର ବ୍ଲକର ସିଆରିଆସ୍ଥିତ ଭଗବାନ ବିଦ୍ୟାମନ୍ଦିରର ରୌପ୍ୟଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ପିଲାମାନଙ୍କ ମଧ୍ୟରେ ପ୍ରକୃତି ଶିକ୍ଷାର ବିକାଶ ନିମନ୍ତେ ପିତାମାତା, ଶିକ୍ଷକ ସମସ୍ତେ ନିଜର କର୍ତ୍ତବ୍ୟ ପ୍ରତିସଚେତନ ହେବା ଆବଶ୍ୟକ ରାଜ୍ୟପାଳ ନିଜ ଅଭିଭାଷଣରେ ଏଭଳି ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ , ଅନ୍ୟତମ ସମ୍ମାନିତ ଅତିଥିଭାବେ ସାସଂଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ ଯୋଗଦେଇ ଉଜ୍ଜ୍ୱଳ ଭବିଷ୍ୟତ ଗଠନର ମୂଳ ମନ୍ତ୍ର ଶୃଙ୍ଖଳା, ତ୍ୟାଗ, ସଂକଳ୍ପବଦ୍ଧତାକୁ ଜୀବନରେ ପ୍ରତିଫଳିତ କରିବାକୁ ପରାମର୍ଶ ଦେଇଥିଲେ। ଅତିଥିମାନେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ସ୍ୱର୍ଗତ ଭଗବାନ ରାଉତଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା ସହ ତାଙ୍କ ୬ ପୁଅଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା।
ପ୍ରାରମ୍ଭରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ଓୟୁଏଟି ର ଅବସରପ୍ରାପ୍ତ ଡିନ୍ କୁମ୍ଭକର୍ଣ୍ଣ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥଲେ। ଛାତ୍ରୀଛାତ୍ରମାନେ ସ୍ୱାଗତ ସଙ୍ଗୀତଗାନ କରିଥିଲେ। ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଗ୍ରାମବାସୀ ଉପସ୍ଥିତ ଥିଲେ ।