ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ  -୨୦୨୨ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ  କକ୍ଷରେ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମ୍ମିଳନୀ  -୨୦୨୨ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲା ଶିକ୍ଷାଧିକାରୀ  ନିବେଦିତା ପାଣିଙ୍କ ସଭାପତିତ୍ୱରେ  ଗଣଶିକ୍ଷା  ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥିଭାବ ଯୋଗଦେଇ ନିଷ୍ଠାର ସହ ଶିକ୍ଷାଦାନ କରି ଆଦର୍ଶଛାତ୍ର ସମାଜଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ପେନସନ୍‌ , ଅମୀମାଂସିତ ମାମଲା,  ପୁନଃ ଥଇଥାନ ସମ୍ପର୍କିତ ସମସ୍ୟାର ଯଥାସମ୍ଭବ ସମାଧାନ କରିବା  ଲାଗି ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁପରାମର୍ଶ ଦେଇଛନ୍ତି। ଶିକ୍ଷାଦାନରେ ଉନ୍ନତି ଆଣିବାକୁ  ବର୍ଷକୁ ୪ଥର ଶିକ୍ଷକ- ଅଭିଭାବକ  ବୈଠକ କରିବା  , ମାସକୁ୧୨ଦିନ ଶିକ୍ଷାଧିକାରୀ ମାନେ  ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ  କରିବା  , ଶୈଖିକ  ବାତାବରଣ ପ୍ରତିଧ୍ୟାନଦେବା, ଆଗାମୀ ମାଟ୍ରିକ୍‌ ପରୀକ୍ଷାରେ ଯେପରି୫୦୦ରୁ ଊର୍ଦ୍ଧ୍ବ୍ ଛାତ୍ରଛାତ୍ରୀ ଏ’ ଗ୍ରେଡ୍ ‌ ରେ ପାସ୍‌ କରିବେ ସେଥପ୍ରତିସଚେତନ ହେବାକୁ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ମାଟ୍ରିକ୍‌ ପରୀକ୍ଷାରେ ସମସ୍ତ ବିଷୟ ଫଳାଫଳକୁ ନେଇ ତର୍ଜ୍ଜମା କରାଯିବ ସହ ଫଳାଫଳ ଖରାପ ହେଲେ ସମ୍ପୃକ୍ତ ଶିକ୍ଷକ ଦାୟୀ ରହିବେ ବୋଲିମନ୍ତ୍ରୀ ତାଗିଦ କରିଛନ୍ତି ।

ସାସଂଦ ମହେଶ ସାହୁ,  ବିଧାୟକ ସୁଧୀର ସାମଲ, ବିଧାୟିକା  ସୀମାରାଣୀ ନାୟକ, ଜିଲ୍ଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା  ପୁହାଣ ସମ୍ମାନିତ ଅତିଥ ଭାବେ  ଯୋଗଦେଇ ଶିକ୍ଷାର ମୂଳଦୁଆ ସୁଦୃଢ଼ କରି ହୃଦୟର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।  ଜିଲ୍ଲାପାଳ ସରୋଜ କୁମାର ସେଠୀ ଢେଙ୍କାନାଳକୁ ଶିକ୍ଷାର ଗନ୍ତାଘର  ପରିଣତ କରିବାକୁ  ନିଆଯାଉଥିବା  ପଦକ୍ଷପ ସର୍ମ୍ପକରେ ସୂଚନା ଦେଇଥିଲେ।  ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ  ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।

Leave A Reply

Your email address will not be published.

4 × 1 =