ଭୁବନ କବାଡ଼ି ଚୋରଙ୍କ ନଜରରେ ରେ ବିଦ୍ୟୁତ୍ ଟାୱାର : ଲକ୍ଷାଧିକ ଟଙ୍କାର ଚୋରା ଆଙ୍ଗେଲ ଓ ମଟର ସାଇକେଲ ଜବତ !

ଢ଼େଙ୍କାନାଳ : ଭୁବନ ଅଞ୍ଚଳରେ କବାଡି ଚୋରଙ୍କ ପାଦୃଭାବ ଦିନ ଦିନ ବଢିବାକୁ ଲାଗିଛି । ଏବେ ବିପଦରେ ଭୁବନ ବ୍ଲକ ସୁରପ୍ରତାପପୁର, ଗଡନୃଷିଂପ୍ରସାଦ ଚାଷୀ, ଡୁବୁରି ଅଞ୍ଚଳର ବହୁ କାରଖାନା ବନ୍ଦ ହୋଇପାରେ ,ସମ୍ପୁର୍ଣ୍ଣ ଗଁଦିଆ ବ୍ଳକ ଅନ୍ଧକାର ହେବାର ସମ୍ଭାବନା ମଧ୍ଯରେ ।

କବାଡି ଲୁହା ବ୍ୟବସାୟର ଭୁସ୍ୱର୍ଗ ପାଲଟି ଯାଇଛି ଏବେ ଭୁବନ । ଯେଉଁଥି ପାଇଁ କେତେବେଳ ଗ୍ୟାସ ପାଇପ ଲାଇନ ଚୋରି, କେତେବେଳ ଲୁହା ଗେଟ ଚୋରି । ତେବେ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଇଛି ଚୋରମାନେ ଟାର୍ଗେଟ କରୁଥିବା ଉଚ୍ଚ କ୍ଷମତା ସମ୍ପର୍ଣ ୩୩ କେଭି ବିଦ୍ୟୁତ ଟାଓ୍ବାର । କିଛିମାସ ପୂର୍ବରୁ ଏକ ମୋଟରସାଇକେଲ ସହ ଟାୱାର ଲୁହା ଆଙ୍ଗେଲ ଜବତ ହୋଇଥିବା ବେଳେ ଦୁଇଦିନ ତଳେ ରାତି ଲକ୍ଷାଧିକ ଟଙ୍କାର ଲୁହା ଆଙ୍ଗେଲ ଚୋରି ହେଉଥିବା ଖବର ପାଇ ଭୁବନ ପୋଲିସ ଚଢାଉ କରି ଜବତ କରିଛି ।

ସୂଚନା ମୁତାବକ ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ଗଡନୃଷିଂ ପ୍ରସାଦ ଖୁଣ୍ଟାପସି ମଉଜାରୁ। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ରେଞ୍ଚି ସାହାଯ୍ୟରେ ବିଭିର୍ଣ୍ଣ ୩୩ କେଭି ବିଦ୍ୟୁତ ଟାଓ୍ବାରରୁ ଆଙ୍ଗେଲ ଖୋଲି ଚୋରି କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଆଠଖଣ୍ଡ ଆଙ୍ଗେଲ ଖୋଲିଥିବା ବେଳେ ଭୁବନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସୁରପ୍ରତାପପୁର ଫାଣ୍ଡି ପୋଲିସ ଚଢାଉ କରିଥିଲା। ତେବେ ଘଟଣାସ୍ଥଳରୁ ଚୋରମାନେ ଖସି ଫଳାଇଥିବାରେ ସକ୍ଷମ ବେଳେ ପୋଲିସ ଏକ ମଟରସାଇକେଲ ଓଡି ୦୬ ୩୫୧୫ କୁ ଜବତ କରି ତଦନ୍ତ ଜାରିରଖିଛି। ବର୍ତ୍ତମାନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି କି ଚୋରି ଯାଇଥିବା ଟାୱାର ଆଙ୍ଗେଲ ଯୋଗୁଁ ଗଁଦିଆ, ଡୁବୁରି ଆଦି ଅଞ୍ଚଳକୁ ବିଦ୍ୟୁତ ସରବରାହ ବନ୍ଦ ହେବାର ସମ୍ଭାବନା ରହୁଛି ।

ଟାୱାର ଜରିଆରେ ଡୁବୁରି ସ୍ଥିତ କାରଖାନାକୁ ବିଦ୍ୟୁତ ସରବରାହ ହେଉଛି ତେବେ ଯଦି ଟାୱାର କୌଣସି କାରଣ ବସତଃ ଭାଙ୍ଗି ଗଳି ପଡେ ତେବେ କାରଖାନା ବନ୍ଦ ହେବାର ସମ୍ଭାବନା ରହୁଛି । ବନ୍ୟା ବାତ୍ୟା କିମ୍ବା ଝଡରେ ଏହି ବିଦ୍ୟୁତ ଟାଓ୍ବାର ଖସି ପଡିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଯେଉଁଥିପାଇଁ ଟାୱାର ଲାଇନ ତଳେ ଥିବା ଚାଷଜମି କୁ ମଧ୍ଯ ଚାଷୀ ଏବେ ଚାଷ କରିବାକୁ ଯିବାକୁ ଭୟ କରୁଛନ୍ତି । ଯାହା ଫଳରେ ବିଲରେ ଧାନ ପାଚିକି ଥିଲେ ବି ଚାଷୀ ଧାନ କାଟିପାରୁନାହାନ୍ତି । ସାମାନ୍ଯ କିଛି ଟଙ୍କା ଲୋଭରେ ଲୁହା ଚୋରି କରୁଥିବା ଚୋରମାନେ ଅଜାଣତରେ କୋଟି କୋଟି ଟଙ୍କାର କ୍ଷୟକ୍ଷତି ଓ ଜନଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଯାହାକୁ ନେଇ ଅଞ୍ଚଳ ବାସି ଏବଂ ଚାଷି ଚିନ୍ତିତ ଏବଂ ଅନେକ ଗୁଡିଏ ଅଞ୍ଚଳ ଅନ୍ଧକାର ହେବାକୁ ନେଇ ବୁଦ୍ଧିଜୀବୀ ଚିନ୍ତାବ୍ୟକ୍ତ କରିଛନ୍ତି । ତେଣୁ ଓପିଟିସିଏଲ କତୃପକ୍ଷ ଏବଂ ଭୁବନ ଥାନା ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ଚାଷୀ ଏବଂ ସର୍ବସାଧାରଣ ଦାବିରଖିଛନ୍ତି ।

Leave A Reply

Your email address will not be published.

five × two =