ଢ଼େଙ୍କାନାଳ : ଭୁବନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଚଳିତ ଶିକ୍ଷା ବର୍ଷର ଜେଜେ ବାପା , ଜେଜେ ମା ଓ ଅଜା , ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଶ୍ରୀ ଇନ୍ଦୁଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ଜୟରାମ ମାହୁନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଶିଶୁ ଓ ସମାଜ ଗଠନ ଦିଗରେ ଜେଜେ ବାପା , ଜେଜେ ମା ତଥା ଅଜା , ଆଈ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।
ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ବିହାରୀ ଉପସ୍ଥିତ ଜେଜେ ବାପା , ଜେଜେ ମା ତଥା ଅଜା , ଆଈ ମାନଙ୍କୁ ଶିଶୁ ନିର୍ମାଣ ଦିଗରେ ଗଠନମୂଳକ ମତାମତ ରଖିବାକୁ କହିଥିଲେ । ବରିଷ୍ଠ ଆଚାର୍ଯ୍ୟ ପରମାନନ୍ଦ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ପର୍ଯ୍ୟାୟ ପ୍ରମୁଖ ଦିନେଶ କୁମାର ବୈଶାଖ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟା ଅନସୂୟା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ ଜଣ ଜେଜେ ବାପା , ଜେଜେ ମା ତଥା ଅଜା , ଆଈ ଯୋଗଦେଇଥିଲେ ।