ଢେଙ୍କାନାଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଯୋରନ୍ଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବରେ ଯୋଗଦେବା ପାଇଁ ଯାଉଥିବାବେଳେ ଅପରାହ୍ନ ୨ ଘଟିକା ସମୟରେ ଢେଙ୍କାନାଳ ବାଜିଚୌକ ଠାରେ ବିଜେପି ନଗରମଣ୍ଡଳ ତରଫରୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା ।
ମନ୍ତ୍ରୀ ଶ୍ରୀ ପ୍ରଧାନ ସେଠାରେ ଅବସ୍ଥାପିତ ବିଶ୍ୱର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଉପରୋକ୍ତ ସ୍ୱାଗତ କାର୍ଯ୍ୟକ୍ରମ ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା ।
ଏଥିରେ ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ପୂର୍ବତନ ନଗରମଣ୍ଡଳ ସଭାପତି ନିରୋଦ କୁମାର ସାହୁ, ଜିଲ୍ଲା ମହିଳାମୋର୍ଚ୍ଚା ସଂପାଦିତା ଉଲ୍ଲି ନାୟକ, ଆଇଟି ସେଲ୍ ପ୍ରଭାରୀ ସୁଚିତ୍ରା ବେହେରା, ନଗର ମଣ୍ଡଳ ଉପସଭାପତି ବିକାଶ ସାହୁ, ଦୀପକ ପଟ୍ଟନାୟକ, କାଉନ୍ସିଲର ସୂର୍ଯ୍ୟପ୍ରତାପ ରାଉତ, ବଳରାମ ସେଠୀ, ଲକ୍ଷ୍ମୀପ୍ରିୟା ଦଳେଇ, ମମତା ସାହୁ, ଅନିତା ମଲ୍ଲିକ, ସୁମିତ୍ରା ମଲ୍ଲିକ, ପ୍ରତାପ ନାଏକ, କାଉନ୍ସିଲର ପ୍ରାର୍ଥିନୀ ଅନୁସୟା ବେହେରା, କଳ୍ପନା ନନ୍ଦ, କିମନ୍ ମଲ୍ଲିକ, ଶିଶିର ଦଳେଇ, ସନ୍ତୋଷ ମହାକୁଡ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଅନୁରୂପ ଭାବେ କାଇମାଟି, ବେଲଟିକିରି, ନେଉଳପୋଇ, ତେରମାଇଲ୍ ଠାରେ ଦଳୀୟ କାର୍ଯ୍ୟକର୍ତାମାନେ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିବା ସହ ତେରମାଇଲ୍ ଠାରୁ ଏକ ବିଶାଳ ମୋଟରସାଇକେଲ୍ ରାଲିରେ ଯୋରନ୍ଦା ମହିମା ପୀଠକୁ ପାଛୋଟି ନେଇଥିଲେ ।