ଭୁବନ ; ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସାମାଜିକ ସମୀକ୍ଷା ଓ ଜନଶୁଣାଣି !

ଢ଼େଙ୍କାନାଳ : ଭୁବନ ଏନ.ଏ.ସି ସଭାଗୃହ ପରିସରରେ ୨୦୨୦-୨୧ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ର ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାଧିନ ସୁବିଧା ପ୍ରଦାନକାରୀ ସଂସ୍ଥା (ଆଇ ଏଫ ଏ ) ଲାଇଫ ଏକାଡେମୀ ଅଫ ଭୋକେସନାଲ ଷ୍ଟଡିଜ (ଲାଭସ) ଦ୍ୱାରା ଦୁଇ ଦିନିଆ ସମୀକ୍ଷା ବୈଠକର ପ୍ରଥମ ଦିବସରେ ୧୩ ନମ୍ବର ୱାର୍ଡ କାଉନସିଲର ମନମୋହନ ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ସାମାଜିକ ସମୀକ୍ଷା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଥିଲା ।

ଦ୍ୱିତୀୟ ଦିବସରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ କାଉନସିଲର ପପୁ କୁମାର ସାହୁ , ମନୋରଂଜନ ସାହୁ , ସୁଶାନ୍ତ କୁମାର ନାୟକ , ଝୁନା ନାୟକ , ସିଏଲଟିସି ରମ୍ୟ ରଂଜନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାଧିନ ସୁବିଧା ପ୍ରଦାନକାରୀ ସଂସ୍ଥା (ଲାଭସ) ର ବିଶେଷଜ୍ଞ ପରିଚାଳନା କରିଥିଲେ ।

Leave A Reply

Your email address will not be published.

8 + 2 =