ଢ଼େଙ୍କାନାଳ : ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବସୁଲେଇ ଗ୍ରାମ ପଞ୍ଚାୟତ ର ଅସହାୟ ପରିବାର କରୁଣାକର ବେହେରା, ପକ୍ଷାଘାତ ରେ ପୀଡିତ ସ୍ତ୍ରୀ ସ୍ୱର ବେହେରା, କର୍କଟ ରୋଗ ରେ ପୀଡିତ ପୁଅ କାହ୍ନୁ ଚରଣ ବେହେରା ଙ୍କର ପରିବାର କୁ “ଯୁବଶକ୍ତି” ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ ।
ଏ ନେଇ କୁହନ୍ତି କରୁଣାକର ବେହେରା ଙ୍କର ଅସହାୟ ପରିବାର ଦୁର୍ଦ୍ଦଶା ଭିତରେ ଚାଳ ଗୁହାଳ ଘରେ ଜୀବନ ଅତିବାହିତ କରୁଅଛନ୍ତି, ଯାହା ବଡ଼ ଦୁଃଖଦ ଓ ଦୁର୍ଭାଗ୍ୟର ବିଷୟ, ନା ଅଛି ଘର, ନା ଅଛି ପାଣି, ନା ରହିଛି ସରକାରୀ ସୁବିଧା, ପରଜଙ୍ଗ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଙ୍କର ଅବହେଳା ମନୋବୃତି ପାଇଁ କରୁଣାକର ଙ୍କର ପରିବାର ସମସ୍ତ ସରକାରୀ ସୁବିଧା ରୁ ବାଦ ପଡି ଅଛନ୍ତି ।
ଏହି ସବୁ ଘଟଣା କେମିତି ପ୍ରଶାସନ ନଜର ରେ ଆସୁ ନାହିଁ ଏଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ପରଜଙ୍ଗ ବ୍ଲକ ପ୍ରଶାସନ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ତୁରନ୍ତ ପରିବାର କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଏବଂ ଚିକିତ୍ସା ପାଇଁ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ମତ ରଖିଥିଲେ । ଗଣମାଧ୍ୟମ ପ୍ରତିନିଧି ରୂପକ ରଞ୍ଜନ ସାହୁ,ଗୋପବନ୍ଧୁ ଜେନା, ଗ୍ରାମବାସୀ ନରେଶ ଚନ୍ଦ୍ର ରାଉତ,ନୃସିଂହ ଜେନା, ଗୀତାଞ୍ଜଳି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।