ପୌର କାର୍ଯ୍ୟାଳୟରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ସାଂସଦ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା ଏବଂ ଲୋକପ୍ରତିନିଧିମାନଙ୍କର ଅନୁଦାନ ପାଣ୍ଠି କିପରି ସୁଦୁପଯୋଗ ହେଉଛି ତା’ର ସମୀକ୍ଷା କରିବା ପାଇଁ ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ଅପରାହ୍ନରେ ଢେଙ୍କାନାଳ ପୌରପରିଷଦ କାର୍ଯ୍ୟାଳୟ ଠାରେ ସଂପୃକ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସାଂସଦଙ୍କ ଏହି ସମୀକ୍ଷା କାର୍ଯ୍ୟକ୍ରମ ବେଳେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ୍‌, ପୌରନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ଉପନଗରପାଳ ପ୍ରକାଶ ଚନ୍ଦ୍ର କୂଅଁର, ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ପୌରସଂସ୍ଥା ଏମ୍‌.ଇ. ରଶ୍ମିତା ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଢେଙ୍କାନାଳ ପୌରାଂଚଳରେ ସାଂସଦଙ୍କ ଅନୁଦାନ ପାଣ୍ଠିର ବିନିଯୋଗ ସୂଚାରୁ ରୂପେ ସଂପାଦନ ହେବାକୁ ନେଇ ସାଂସଦ ଶ୍ରୀ ସାହୁ ଉପସ୍ଥିତ ଅଫିସରମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

1 × 2 =