ଢେଙ୍କାନାଳ : ଗତ ୨୯ ତାରିଖ ସ୍ୱରସଂଗୀତ ଅନୁଷ୍ଠାନ ପକ୍ଷରୁ ଷଷ୍ଠ ବଳରାମଜୀଉ ମହୋତ୍ସବ ଏବଂ ୨୬ତମ ବାର୍ଷିକୋତ୍ସବ ର ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଜିଲ୍ଲା ପରିଷଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶୀ ସଙ୍ଗୀତ ଗୁରୁ ରାମହରି ଦାସ, ମିଶ୍ର ସଭାପତିତ୍ୱ କରିଥିଲେ । ଉପସଭାପତି ସଂଗ୍ରାମ କେଶରୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଜିତେନ୍ଦ୍ର କୁମାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।
କଣ୍ଠଶିଳ୍ପୀ ଧର୍ମାନନ୍ଦ ରାଉତ ଏବଂ ପାଲା ଗାୟକ ବସନ୍ତ କୁମାର ନାୟକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନୃତ୍ୟଗୁରୁ ରାସବିହାରୀ ଦେହୁରୀ, ଉତମ କୁମାର ରଣ ସିଂ, ସୁଶ୍ରୀ ଐଶ୍ୱର୍ଯ୍ୟା, ଲକ୍ଷ୍ମୀପ୍ରିୟା ମହାରଣା, ବିମଳ କୁମାର, କୁମାର ପ୍ରେମାନନ୍ଦ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହି ଅନୁଷ୍ଠାନର ଓଡିଶୀ ସଙ୍ଗୀତ ଏବଂ ଓଡିଶୀ ନୃତ୍ୟ, ମାହାରି ନୃତ୍ୟ ଏବଂ ସମ୍ବଲପୁରୀ ଲୋକନୃତ୍ୟକୁ ଗୁରୁତ୍ୱ ଦେଉଥିବାରୁ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ ।
ମୁଖ୍ୟବକ୍ତା ଭାବେ ଗୁରୁ ଶ୍ରୀ ରାମହରି ଦାସ, ସମ୍ମାନିତ ଅତିଥି ଭାବେ ଆଇନ୍ଜିବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ । ସୁରସଙ୍ଗୀତ ଅନୁଷ୍ଠାନ ତରଫରୁ ଗୀତଗୋବିନ୍ଦ ପରିବେଷଣ କରାଯାଇଥିଲା । ପୁରୀରୁ ହରପ୍ରିୟା ଦେବଦାସୀ ନୃତ୍ୟକଳା ମନ୍ଦିର ଅନୁଷ୍ଠାନରୁ ନୃତ୍ୟଶିଳ୍ପୀ ମାହାରି ନୃତ୍ୟ ପରିବେଷଣ କରିଥିଲେ । ଭୁବନେଶ୍ୱରରୁ ଗୁରୁଶ୍ରୀ ବ୍ରଜକିଶୋର ମଲ୍ଲିକଙ୍କ ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ସାରିଟିଫିକେଟ୍ ପ୍ରଦାନ କରାଯାଇଥିଲା ।
ଓଡିଶୀ ଗୁରୁ ଶ୍ରୀ ବ୍ରଜକିଶୋର ମଲ୍ଲିକ, ପୁରୀରୁ ମାହାରି ନୃତ୍ୟଶିଳ୍ପୀ ସୁଭଶ୍ରୀ ଜୟ ସିଂ, ନୃତ୍ୟଶିଳ୍ପୀ ରଶ୍ମିରେଖା ପଣ୍ଡା, ଶୁଭଲକ୍ଷ୍ମୀ ସାହୁଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀକାନ୍ତ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସଂପାଦକ ବ୍ରଜବନ୍ଧୁ ରଣସିଂ, ସଂଗ୍ରାମ କେଶରୀ ପାଣି ଉପସ୍ଥିତ ଥିଲେ । ଉପଦେଷ୍ଟା ସାଗରିକା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉପଦେଷ୍ଟା ସୁଦର୍ଶନ ମାଟି, ଜିତେନ୍ଦ୍ର କୁମାର ନାଟ୍ୟମଞ୍ଚ ପରିଚାଳନା କରିଥିଲେ ।
ନୃତ୍ୟଗୁରୁ ରାସବିହାରୀ ଦେହୁରୀ, ସୁଶ୍ରୀ ଐଶ୍ୱର୍ଯ୍ୟା, ଲକ୍ଷ୍ମୀପ୍ରିୟା, ଉତମ କୁମାର ରଣସିଂହ ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦିଲ୍ଲୀ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟ ଅନୁଦାନରେ ଏହି ବଳରାମଜୀଉ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ୫୦୦ରୁ ଉର୍ଦ୍ଧ୍ୱ ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।