ଢେଙ୍କାନାଳ : ନବମ ମହିମା ମହୋତ୍ସବ-୨୦୨୨ ଗତ ତା୨୬ ନଭେମ୍ବର ରିଖରେ ସ୍ୱରସୁଧା ସଙ୍ଗୀତ ମହାବିଦ୍ୟାଳୟ, ଢେଙ୍କାନାଳ ଦ୍ୱାରା ସ୍ଥାନୀୟ ଗୋପବନ୍ଧୁ ଟାଉନ୍ହଲ୍ ଠାରେ ମହାସମାରୋହରେ ଆୟୋଜିତ ହୋଇ ଗତ ୨୭ ନଭେମ୍ବର ୨୦୨୨ ରିଖରେ ଉଦ୍ଯାପିତ ହୋଇଯାଇଅଛି ।
ଉକ୍ତ ମହୋତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ପୁଷ୍ପଲତା ରଥ ମୁଖ୍ୟବକ୍ତା, ମହିମାଗାଦି ବାବା ରଘୁନାଥ ଦାସ, ଶିଳ୍ପୀ ପରେଶ ପଟ୍ଟନାୟକ, ବିଶିଷ୍ଟ ବଂଶୀ ବାଦକ ଗଗନ ବିହାରୀ ନନ୍ଦ ଓ ସତ୍ୟପ୍ରିୟ ଶରଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଗୌରବାନ୍ୱିତ କରିବା ସଙ୍ଗେ ସଙ୍ଗେ କଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
ଉକ୍ତ ମହୋତ୍ସବରେ ଓଡିଶାର ସୁପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ସୂଚିତ୍ରା ମହାନ୍ତି, ବିଶିଷ୍ଟ ସଙ୍ଗୀତ ଓ ନାଟ୍ୟ ନିର୍ଦ୍ଦେଶକ ଅନଙ୍ଗ କୁମାର ବାରିକ, ବିଶିଷ୍ଟ ତବଲା ବାଦକ ଗୁରୁ ନରେନ୍ଦ୍ର କୁମାର ଦାସଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।
ସତ୍ୟନାରାୟଣ କର ସଭା ପରିଚାଳନା ଏବଂ ଶ୍ରୀହରି ନାଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଏବଂ ଭରତ ଭୂଷଣ ବେହେରା ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ତୁଲାଇ ମହୋତ୍ସବକୁ ଜୀବନ୍ତ ରୂପ ଦେଇଥିଲେ । ଚିତାକର୍ଷକ ନୃତ୍ୟ ଏବଂ ସଙ୍ଗୀତରେ ମଞ୍ଚ ଅତୁଳନୀୟ ରୂପ ନେଇଥିଲେ । ଶେଷରେ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ସମସ୍ତଙ୍କୁ କୃତଜ୍ଞତାର ସହ ଧନ୍ୟବାଦ ଜଣାଇଥିଲେ ।