ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରୀ ଓ କର୍ମଚାରୀ ମାନଙ୍କ ଦ୍ୱାରା ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି ।
ପ୍ରାରମ୍ଭରେ ରେଡ ରିବନ କ୍ଲବ ଗଠନ ହୋଇଥିଲା । ପରେ ରେଡ ରିବନ କ୍ଲବ , ୟୁଥ ରେଡକ୍ରସ , ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନେ ପ୍ଲାକାର୍ଡ ଧରି ବିଭିନ୍ନ ନାରାବାଜି କରି ସହର ପରିକ୍ରମା କରିଥିଲେ । ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା ।
“ଅସୁରକ୍ଷିତ ଯୌନ ସଂପର୍କ ହିଁ ଏଡ୍ସ ର କାରଣ ” ଏହାକୁ ଜାଣିବା ଦରକାର । ତେଣୁ “ସଚେତନତା ହିଁ ସୁରକ୍ଷା” ବୋଲି ସେମିନାରରେ ଅଧ୍ୟକ୍ଷ ଶ୍ରୀମାନ ଦାସ ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ.ମମତା ପାତ୍ର ଏଡ୍ସ ରୁ ମୁକ୍ତି ପାଇଁ ଆମେ ଲଢେଇ ଜାରି ରଖିବା ସହ ଏଡ୍ସ ରୋଗୀଙ୍କ ପ୍ରତି ସହାନୁଭୂତି ଓ ରୋଗର ନିରାକରଣ ପାଇଁ ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ବୋଲି ମତ ଦେଇଥିଲେ ।
ସେମିନାର କୁ ଏନଏସଏସ ପ୍ରୋଗ୍ରାମ ଅଫିସର ନିରଂଜନ ନାୟକ ସଂଯୋଜନା କରିଥିଲେ । ୟୁଥ ରଡେକ୍ରସ କାଉନସିଲର ଅଧ୍ୟାପିକା ଅନୁପମା ମିଶ୍ର , ଅଧ୍ୟାପିକା ନମିତା ଦ୍ୱିବେଦୀ ମାର୍ଗଦର୍ଶନ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ରାଉତରାୟ, ଶୁଭମ ବେହେରା , ଡ. ନମିତା ଦାଶ , ସମ୍ବେଦିତା ସାହୁ , ସ୍ମୃତିରେଖା ସାହୁ , ସୁରେନ୍ଦ୍ର ଗୁରୁ , ବିଜୟ ପୃଷ୍ଟି , ପ୍ରଫୁଲ୍ଲ ଦାସ ପ୍ରମୁଖ ରାଲି ଓ ସେମିନାରରେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।