ତିନି ମାସ ହେବ ଅଚଳ ଆକାଶ ଚୁମ୍ବ ପାଣି ଟାଙ୍କି : ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦି ଚୁପ୍ ବସିଛି ପାନୀୟଜଳ ଯୋଗାଣ ବିଭାଗ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ବରୁଆଁ (ବି) ଗ୍ରାମପଞ୍ଚାୟତ ଅନ୍ତର୍ଗତ ମଠଖୋକସା ଗ୍ରାମ ରେ ପ୍ରାୟ ୮୪ ଲକ୍ଷ ବେୟ ଅଟକଳ ରେ ପାଣି ଟାଙ୍କି ନିର୍ମିତ ହୋଇଛି I ଆଜ କୁ ପାଖ ପାଖି ଦୁଇ ବର୍ଷ ହେବ ନିର୍ମାଣ ହୋଇଛି ହେଲ ଦିନ କେଇଟା ଚାଲିଛ କି ନୁହଁ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି I

ରାଜ୍ଯ ସରକାର ପ୍ରତିଟି ଘରକୁ ଘର ପିଇବା ପାଣି ଯୋଗାଇବା ପାଇଁ ବସୁଧା ଯୋଜନା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପାଣି ଟାଙ୍କି କାର୍ଯ୍ୟକାରୀ ହେଉ ନଥିବା ଦେଖିବାକୁ ମିଳୁଛି I

ମଠଖୋକସା ଗ୍ରାମ ରେ ପାଞ୍ଚ ସହ ରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା ବେଳେ ଦୈନଦିନ ପାଣି ଟୋପାଏ ପାଈଁ ଏହି ପାଣି ଟାଙ୍କି ଉପରେ ନିର୍ଭର କରିଥାନ୍ତି I ତିନି ମାସ ହେବ ପାଣି ଟାଙ୍କି ଅଚଳ ହୋଇଥିବାରୁ ଲୋକମାନେ କୂଅ ପୋଖରୀ ର ପାଣି ବ୍ୟବହାର କରି ଜ୍ୱର ଝାଡା ଭଳି ରୋଗ ରେ ଶିକାର ହେଉଛନ୍ତି I ଏପଟେ ସ୍ତାନୀୟ ପ୍ରଶାସନ ପମ୍ପ୍ କୁ ମରାମତି କରିବାର ନା ଧରୁନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି I

ପାଣି ଟାଙ୍କିର ମଟର ପୋଡି ଯାଇଥିବାରୁ ପମ୍ପ ଚଳାଇବା ପାଇଁ ଗ୍ରାମବାସୀ ଙ୍କ ଦ୍ୱରା ନିଯୁକ୍ତି ପାଇଥିବା ପମ୍ପ ଚଳାଇବା ପାଇଁ ନିଯୁକ୍ତି ହୋଇଥିବା ବ୍ୟକ୍ତି ବିଭାଗୀୟ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ମରାମତି କରୁନଥିବା ଜଣାଇଛନ୍ତି I ପୋଡି ଯାଇଥିବା ମଟର ପମ୍ପ ମରାମତି ହେଉ ନଥିବାରୁ ‘କିଛି ଦିନ ତଳେ ପମ୍ପ ନ ଚାଲୁନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ପମ୍ପ ହାଉସରେ ଥିବା ବ୍ଲିଚିଙ୍ଗ ଗୋଳେଇବା ମଟର ଚୋରି କରିନେଇଥିବା ଗ୍ରାମବାସୀ ଥାନାରେ ମଧ୍ଯ ଅଭିଯୋଗ କରିଛନ୍ତି I

ପମ୍ପ୍ ଚଳାଇବା ପାଇଁ ନିଯୁକ୍ତି ହୋଇଥିବା ଯୁବକ କୁହନ୍ତି ପାଣି ମଟର ପୋଡି ଯାଇଛି ତିନି ମାସ ହେବ ଉକ୍ତ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି ଏନେଇ ସେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଛନ୍ତି I ବ୍ଲକ୍ ପାନୀୟ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚ କୁହନ୍ତି ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡି ଯାଇଥିବା ରୁ ଜଳ ଯୋଗାଣ ବନ୍ଦ ରହିଛି I ବିଦ୍ୟୁତ୍ ବିଭାଗ ର ଯନ୍ତୀ କୁହନ୍ତି ଟ୍ରାନ୍ସଫର୍ମର ଠିକ୍ ଅଛି ବିଦ୍ୟୁତ୍ ସଂଯୋଗ ହେବାରେ କିଛି ଅସୁବିଧା ନାହିଁ I ବ୍ଲକ୍ ପ୍ରଶାସନ ଓ ସ୍ତାନୀୟ ପ୍ରଶାସନ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦି ଦେଇ ଚୁପ ବସିଛନ୍ତି I

ବିଦ୍ୟୁତ୍ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗ ର୍ ଦୋଷ ଲଦା ଲଦି ଭିତରେ ପାଣି ଟାଙ୍କି କେବେ କାର୍ଯ୍ୟକରି ହେବ ଓ ମଠଖୋକସା ଗ୍ରାମବାସୀ ପାଣି ପାଇବେ ଦେଖିବାକୁ ବାକି ରହିଲା I ବ୍ଲକ୍ ପ୍ରଶାସନ ପକ୍ଷରୁ ଖୁବ୍ ଶୀଘ୍ର ମରାମତି କରାନଯାଏ ଆଗାମୀ ଦିନରେ ରାଜରାସ୍ତା ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି I

Leave A Reply

Your email address will not be published.

four × 1 =