ଢେଙ୍କାନାଳ : ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରୁ ୮୦ ଜଣ ମତ୍ସ୍ୟ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ଉଦ୍ୟୋଗୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲ୍ଲାକୁ ମାଛ ଚାଷରେ ପ୍ରଥମ କରିବାକୁ ଆହ୍ବାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ଅନୁଗୋଳ ମଣ୍ଡଳର ଉପ ମତ୍ସ୍ୟ ନିର୍ଦ୍ଦେଶିକା ବବିତା ମହନ୍ତ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡ଼େଇ, ପୂର୍ବତନ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଦୀପ କିଶୋର ଭୂୟାଁ, ପ୍ରାଣୀଧନ ସମ୍ପଦ ବିଭାଗ, କୃଷି ବିଭାଗ, ଜଳଛାୟା, କୃଷିବିଜ୍ଞାନ କେନ୍ଦ୍ର ପ୍ରମୁଖ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଏହିଅବସରରେ ଅଗ୍ରଣୀ ମତ୍ସ୍ୟ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ପୁରସ୍କୃତ କରାଯାଇଥିଲା ।