ମହିମା ଧର୍ମ ର ପୀଠ ମହିମା ଗାଦି ରେ ଶହେ ବର୍ଷର “ଧୁନି ମନ୍ଦିର” ଜିଲ୍ଲା ପ୍ରଶାସନ ଭାଙ୍ଗିବା କେତେଦୂର ଯଥାର୍ଥ ?

ଆଜି ଢେଙ୍କାନାଳ ଜିଲା ପ୍ରଶାସନ ଦ୍ୱାରା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ର ପୀଠ ରେ କୋଟି କୋଟି ମହିମା ଧର୍ମାଲବମ୍ବୀ ଙ୍କ ଭାବାବେଗ ସଂଗେ ଜଡିତ୧୯୨୯ ମସିହାରୁ ନିର୍ମିତ “ଧୁନି ମନ୍ଦିର ” ସମେତ ମହିମା ସ୍ୱାମୀ ଙ୍କ ପରମ ଭକ୍ତ କୃପାସିନ୍ଧୁ ବାବା ଙ୍କ ସମାଧି ପୀଠ ସମେତ କିଛି କୌପୁଣି ଧାରୀ ବାବା ମାନଙ୍କର ଆଶ୍ରୟ ସ୍ଥଳ କୁ ଭଙ୍ଗଗଲା ।

ଜିଲ୍ଲା ପ୍ରଶାସନ ତରଫରୁ ସଫେଇ ରେ କୁହାଗଲା ଯାହା ହୋଇଛି ତାହା ମାନ୍ୟବର ଅଦାଲତ ଙ୍କ ନିର୍ଦେଶ ମତେ ହୋଇଛି । ମାନ୍ୟବର ଅଦାଲତ ଅତ୍ୟନ୍ତ ସ୍ପଷ୍ଟ ଭାବରେ କହିଥିଲେ ଯେ ବିକଳ୍ପ ସ୍ଥାନ ର ବନ୍ଦୋବସ୍ତ କରି ଯେଉଁ ନିର୍ମାଣ ସର୍ବସାଧରଣ ରେ ବ୍ୟାଘାତ ସୃଷ୍ଟି କରୁଛି ସେହି ଜାଗାକୁ ଉଚ୍ଛେଦ କରିବା ପାଇଁ ।ସବୁଠାରୁ ମୋତେ ଏଠି ବେସି ଆଶ୍ଚର୍ଯ୍ୟ ଚକିତ କରିଛି ଯେଭଳି ଢଙ୍ଗରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରି ଏହି ଧର୍ମୀୟ ପୀଠ କୁ ନିର୍ଦିଷ୍ଟ ଏକ ଗୋଷ୍ଠି ର ପ୍ରରୋଚନାରେ ପଦକ୍ଷେପ ନେଲେ ତାହା ଅତ୍ୟନ୍ତ ବିରଳ । ସତେ ଯେପରି ଏହି “ଧୁନି ମନ୍ଦିର ” ଓ ଅନ୍ୟାନ୍ୟ ପୀଠ କୁ ନଭାଙ୍ଗି ଥିଲେ ଭାରତ ପାକିସ୍ତାନ ଯୁଦ୍ଧ ହୋଇଯାଇଥାନ୍ତା ।

ଏଠି ପ୍ରଶ୍ନ ଉଠୁଛି ଏହି ମନ୍ଦିର କାହା ସ୍ୱାର୍ଥ ରେ ବ୍ୟାଘାତ ଆଣୁଥିଲା ? ଏଠି ସମସ୍ତେ ଜାଣନ୍ତି ଯେ ମହିମା ସ୍ୱାମୀ ଙ୍କ ଜମି ଜମା ପାଇଁ ବ୍ଲକଳଧରି ସନ୍ୟାସି ମାନେ କୌପୁନି ଧାରୀ ସନ୍ୟାସି ଙ୍କ ମଧ୍ୟରେ ଝଗଡା ଦୀର୍ଘ ଦିନ ଧରି ଲାଗି ରହିଥିଲା । କୌପୁନି ଧାରୀ ବାବା ମାନେ ତାଙ୍କର ସତ୍ୱ ପାଇଁ ଲଢେଇ ଜାରି ରଖିଥିବା ବେଳେ ବ୍ଲକଳଧାରି ବାବା ମାନେ ସବୁ ଜମି ଜମା ର ମାଲିକାନା ସେମାନଙ୍କ ଗୋଷ୍ଠି କିପରି ପାଇବେ ସେଥିପାଇଁ ଦୀର୍ଘ ଦିନ ଧରି ଅଦାଲତ ର ଦ୍ୱାରସ୍ଥ ହୋଇଥିଲେ ।

ମୋର ମନେ ଅଛି ମହିମା ଧର୍ମର ସନ୍ୟାସି ମାନଙ୍କ ମିଳିତ ନାମରେ ୨୦୦୦ ମସିହାରେ ମହିମାଗାଦି ର ସମସ୍ତ ଜମିଜମା ରେକର୍ଡ ଭୁକ୍ତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବଳକଳ ଧରି ବାବା ମନେ କୋର୍ଟ କଚେରୀ ରେ ଫନ୍ଦି ଫିକର କରି ସମସ୍ତ ଜମି ସେମାନଙ୍କ ନାଁରେ ରେକର୍ଡ ଭୁକ୍ତ କରି ନେଇଥିଲେ । ଏଥିରେ କେଉଁଠି ନା କେଉଁଠି ଜିଲା ରାଜସ୍ୱ ବିଭାଗ ର ଅଧିକାରୀ ମାନେ ଏହି ଚଂଚକତା ସଂଗେ ସାମିଲ ଥିଲେ ବୋଲି ମୋର ମନେ ହୁଏ । ଯଦି ମହିମା ସ୍ୱାମୀ ଙ୍କ ଜମି ଜମା ନେଇ କିଛି ମତଭେଦ ଥିଲା ତାହା ଜିଲ୍ଲା ପ୍ରଶାସନ ଦ୍ୱାରା ବୁଝାମଣା ଭିତରେ ସମାଧାନ ହୋଇଥିଲେ ଆଜି ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା । ଏହି ଘଟଣା କ୍ରମ ରେ ମୋର ଗୋଟିଏ କଥା ମନେପଡେ ।

୨୦୦୧ମସିହାରେ କିଛି ବ୍ୟକ୍ତି ଙ୍କ ଉଦ୍ୟମରେ ମହିମା ଗା ଦି ର ନାଟିମା ବଜାର ଛକ ଥରେ ଦିବଗନ୍ତ ଜନନେତା “ବିଜୁ ପଟନାୟକ” ଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରାଯାଇଥିଲା । ସେତେବେଳେ ଏହି ବଳକଲ ଧାରୀ ବାବା ମାନେ ବିରୋଧ କରି ପ୍ରତିମୂର୍ତ୍ତି କୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଓ ସେତେବେଳେ ଗଣ୍ଡଗୋଳ ର ସୁତ୍ର ପାତ ହୋଇଥିଲା । ଏହି ବାବା ମାନେ ଏବେ ଦୁଇ ବର୍ଷ ତଳେ ନାଟିମା ଗ୍ରାମର ସର୍ବସାଧାରଣ ଚଳୁଥିବା ଜାଗାକୁ ତାଙ୍କ ଜାଗା ବୋଲି ଦର୍ଶାଇ ଜୋର ଜବରଦସ୍ତ ପାଚେରୀ ପକେଇଦେଇଥିଲେ । ନାଟିମା ଗ୍ରାମ ବସି ମନେ ଜିଲ୍ଲା ପ୍ରଶାସନ କୁ ମଧ୍ୟ ଆପତ୍ତି ଅଭିଯୋଗ କରି ଥିଲେ ମଧ୍ୟ ପ୍ରଶାସନ ନିରବ ରହିଥିଲା ।

ଆଜି କେଉଁ ସ୍ବ।ର୍ଥ୍ୟ ରେ କୋଟି କୋଟି ମହିମା ଭକ୍ତ ଙ୍କ ଭାବାବେଗ ପ୍ରତି ଆଘାତ ପହଞ୍ଚାଇ ଜିଲ୍ଲା ପ୍ରଶାସନ ସେହି ବଳକଲ ଧାରୀ ବାବାଜୀ ମାନଙ୍କ ପ୍ରରୋଚନାରେ କୋର୍ଟ ନିର୍ଦେଶ ର ଆଳ ଦେଖାଇ ସହ ସହ ବର୍ଷ ର “ଧୁନି ମନ୍ଦିର”କୁ ଭାଙ୍ଗି ଦିଆଗଲା ? ହିନ୍ଦୁ ଧର୍ମ ର ପୀଠ ଗୁଡିକ ଯେପରି ଏଣ୍ଡୋମେଣ୍ଟ ଆକ୍ଟ କିମ୍ବା ପ୍ରତ୍ନତତ୍ୱ ବିଭାଗ ର ଆଇନ ପରିସର ଭୁକ୍ତ ହୋଇଛନ୍ତି ସେହିଭଳି ଏହି ମହିମା ଧର୍ମ ର ପୀଠ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଇନ ଆଣିବାର ଆଵଶ୍ୟକତା ଦେଖା ଦେଇଛି । ଢେଙ୍କାନାଳ ର ମାନ୍ୟବର ବିଧାୟକ ଓ ସାଂସଦ ମହୋଦୟ ଏ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ଅଛି । ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣାରେ ଅତ୍ୟନ୍ତ ଦୁଃଖିତ ଓ ମ୍ରିୟମାଣ ମଧ୍ୟ ।

ଅନ୍ୟ କୌଣସି ନିର୍ମାଣ କୁ ଭଙ୍ଗା ଯାଇଥିଲେ ଆମର କିଛି କହିବାର ନଥିଲା କିନ୍ତୁ କୋଟି କୋଟି ମହିମା ଭକ୍ତ ଙ୍କ ଭାବାବେଗ ସଂଗେ ଜଡିତ “ଧୁନି ମନ୍ଦିର” କୁ ଭଙ୍ଗାଯିବା ଘଟଣାରେ ଜିଲ୍ଲା ପ୍ରଶାସନ ର ଭୂମିକା ମୁଁ ସମର୍ଥନ କରିପାରୁ ନାହିଁ । ଆଜି ଯେଉଁ ମହିମା ଧର୍ମ ବାଣୀ “ପ୍ରାଣୀଙ୍କ ଆରତ ଦୁଖଃ ଅପ୍ରମିତ ଦେଖୁ ଦେଖୁ କେବା ସହୁ -ମୋ ଜୀବନ ପଛେ ନରକେ ପଡ଼ିଥାଉ “ଜଗତଉଦ୍ଧାର ପାଉ” ଯେଉଁ ମହତ ବାଣୀ ଯାହା ଆଜି ସାରା ବିଶ୍ୱ ଦରବାର ରେ ପ୍ରଶଂସା ର ଯୋଗ୍ୟ ହୋଇଛି ସେହି ଧର୍ମ ର ଅସହିଷ୍ଣୁ ସନ୍ୟାସି ଏ ସମାଜ କୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?

ନବୀନ ନନ୍ଦ, ପୁର୍ବତନ ବିଧାୟକ , ଢେଙ୍କାନାଳ

Leave A Reply

Your email address will not be published.

3 + nine =