ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯାତନା ନିରୋଧ ଆଇନର ଧାରା ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ସହର ସ୍ଥିତ ଲେଖକ ସଂସଦ ଭବନ ଠାରେ ସ୍ୱେଚ୍ଛାସେବୀ ସଂଗଠନ ସିଏସ୍ଏନ୍ଆର ,ଭୁବନେଶ୍ୱର ପକ୍ଷରୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯାତନା ନିରୋଧ ଆଇନର ଧାରା ସମ୍ପର୍କରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ଏହି କର୍ମଶାଳାରେ ରଞ୍ଜିତ ସୁତାର ସ୍ବାଗତ ଭାଷଣ ଦେବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ବିଶେଷଜ୍ଞ ଭାବେ ଗଣେଶ୍ଵର ବେହେରା , କ୍ୟାଡର ପିପି କହିଥିଲେ ଯେ ଥାନାରେ ମୈାଖିକ ଭାବରେ ଅଭିଯୋଗ କରାଗଲେ, ଥାନାର ଭାରପ୍ରାପ୍ତ ଅଧିକାରୀ କିମ୍ବା ତାଙ୍କ ନିର୍ଦ୍ଦେଶ ରେ ଅନ୍ୟ କୈାଣସି ଅଧିକାରୀ ତାହା ଲିପିବଦ୍ଧ କରିବେ ଓ ଅଭିଯୋଗକାରୀଙ୍କୁ ତାହା ପଢି ଶୁଣାଇବ ।

ଆଡଭୋକେଟ୍ ଅଶୋକ ମଲ୍ଲିକ କହିଥିଲେ ଯେ ଯଦି ଭାରପ୍ରାପ୍ତ ଥାନାର ଅଧିକାରୀ ଅଭିଯୋଗ ନ ରଖନ୍ତି , କିମ୍ବା ଅଭିଯୋଗ ପଞିକରଣର ନକଲ ନ ଦିଅନ୍ତି , ତେବେ ଅଭିଯୋଗକାରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଘଟଣା ସମ୍ପର୍କରେ ଲେଖି ଏବଂ ତାହା ଥାନାରେ ପଞିକୃତ କରାଯିବାରୁ ବଞ୍ଚିତ ବୋଲି ଉଲ୍ଲେଖ କରି ଏବଂ ଏହା ସହିତ ଥାନାରେ ଦିଆଯାଇଥିବା ଅଭିଯୋଗର ନକଲ ଯୋଡି ରେଜେଷ୍ଟ୍ରି ଡାକ ଯୋଗେ ପଠାଇ ପାରିବେ ।

ବିଶିଷ୍ଟ ଦଳିତ ନେତା ତଥା ଆଡଭୋକେଟ୍ ପ୍ରଦ୍ୟୁମ୍ନ ନାୟକ କହିଥିଲେ ଯେ ତଦନ୍ତକାରୀ ଅଧିକାରୀ ୬୦ ଦିନ ମଧ୍ୟରେ ଅନୁସନ୍ଧାନ ଶେଷ କରି ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ, ଯଦି ବିଳମ୍ବ ଘଟେ, ବିଳମ୍ବର କାରଣ ସେଥିରେ ଉଲ୍ଲେଖ କରିବେ । ଏହା ନକଲେ ଆମେ କୋର୍ଟର ଧ୍ୟାନ ଆକର୍ଷଣ କରିପାରିବା ।

ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ପଦ୍ମିନୀ ନାୟକ ମନୋଜ ଦାଶ ଓ ସିଏସଏନଆର୍ ସଂଯୋଜକ ଚନ୍ଦ୍ରନାଥ ଦାନୀ ପ୍ରମୁଖ ଯୋଗଦେଇ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଆଡଭୋକେଟ୍ କିଶାନ ବିଶ୍ବାଳ କହିଥିଲେ ଯେ ଅନେକ ସମୟରେ ସଠିକ୍ ତଦନ୍ତର ଅଭାବ ଓ ସାକ୍ଷୀମାନେ ମତ ବଦଳାଇବାରୁ ଦୋଷୀ ଖସିଯାଉଛି । ପୋଲିସ୍ ଅଧିକାରୀମାନଙ୍କୁ ମଧ୍ୟ ଏ ଦିଗରେ ଧ୍ୟାନ ଦେବା ସହ ଆନ୍ତରିକତା ଭାବେ କାମ କରିବା ଦରକାର ବୋଲି ଉପସ୍ଥିତ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ ।

କୈଳାଶ ନାୟକ, ଆକ୍ଷୟ ମଲ୍ଲିକ, ଚନ୍ଦନ ନାୟକ, ସଞ୍ଜୟ ନାୟକ, କ୍ଷୀରୋଦ ନାୟକ ପ୍ରମୁଖ ବକ୍ତାମାନେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିର୍ଯ୍ୟାତନା ନିରୋଧ ଆଇନର ଧାରା-୪ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିପାଇଁ ଏକଜୁଟ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ । ରଣଜିତ୍ ସୁତାର ଓ ପଲ୍ଲିଶ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

13 + 6 =