ଭୁବନ ଏନ.ଏ.ସି. ର ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜି ତୃତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ ପୂର୍ବ ବିବରଣୀ ପାଠ କରି କାଉନସିଲରଙ୍କ ସହମତିରେ ପୂର୍ବ ବୈଠକକୁ ଦୃଢୀକରଣ କରିଥିଲେ ।

ବୈଠକ ପ୍ରାରମ୍ଭରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଉନ୍ନୟନ ମୂଳକ କାର୍ଯ୍ୟରେ କୌଣସି ବିରୋଧ ନକରି ସହଯୋଗ କରିବାକୁ ବିରୋଧି ଦଳ କାଉନସିଲର ମାନଙ୍କୁ ପରାମର୍ଶ ଦେଇଥିଲେ । ଜନଗହଳି ପୂର୍ଣ୍ଣ ଅଞ୍ଚଳ ଗୁଜୁରୀ ହାଟ ରୁ ଦେଶୀ ମଦ କାଉଣ୍ଟର ଥିବାରୁ ସେଠାରେ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ଭିଡ ଜମୁଛି , ଅବିଳମ୍ବେ ଏହାକୁ ଉଚ୍ଛେଦ କରିବା , ସ୍ୱଚ୍ଛଭାରତ ୟୁଜର୍ସ ଫି ଆଦାୟ ବନ୍ଦ କରିବା, ଦୈନିକ ପରିବା ମାର୍କେଟ ନିଲାମ ନେଇଥିବା ବ୍ୟକ୍ତି ଗାଁ ଭିତର ବୁଲା ବିକାଳି ଓ ଠେଲା ଗାଡିରୁ ମାହାସୁଲ ଆଦାୟ ନକରିବାକୁ କୁ ୬ ନମ୍ବର ୱାର୍ଡ କାଉନସିଲର ସୁଶାନ୍ତ କୁମାର ନାୟକ ଦାବି କରିଥିଲେ ।

୫୩ ନମ୍ବର ଜାତୀୟ ରାଜପଥର ନୀଳମାଧବ ପେଟ୍ରୋଲ ପମ୍ପ ନିକଟସ୍ଥ ବାଇପାସ ଛକ ଓ ଭୁବନ ଥାନା ଛକ ସଂପୂର୍ଣ୍ଣ ଅନ୍ଧକାର ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି , ସେଠାରେ ହାଇମାକ୍ସ ଲାଇଟ ଲଗାଯିବା, ଏନଏସି ଷ୍ଟଲ ଭଡା ନେଇ ତାଲା ପକାଇ ରଖିଥିବା ବ୍ୟକ୍ତିଙ୍କ ଚୁକ୍ତି ବାତିଲ କରିବା, ନୂଆବଜାର ଦକ୍ଷିଣ ପାଶ୍ୱର୍ରେ ଷ୍ଟଲ ଭଡାବୃଦ୍ଧି କରିବା ଓ ମାସିକ ଭଡା ବାକି ରଖିଥିବା ଦୋକାନୀଙ୍କୁ ତୁରନ୍ତ ଉଚ୍ଛେଦ କରିବା ଏବଂ ଡିଜେ ସଂପୂର୍ଣ୍ଣ ବନ୍ଦ କରିବାକୁୁ ୯ ନମ୍ବର ୱାର୍ଡ କାଉନସିଲର ପପୁ କୁମାର ସାହୁ ଦାବି କରିଥିଲେ ।

ଭୁବନ ସହର ର ବିକାଶ ନିମନ୍ତେ ଆଗାମୀ ୨୦ ବର୍ଷ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା, ଡ୍ରେନେଜ ସମସ୍ୟାର ସମାଧାନ କରିବା, ଏନ.ଏ.ସି. ପରିସର ମଧ୍ୟରେ ପ୍ରତ୍ୟେକ ଶୋଭାଯାତ୍ରାରେ ଡି.ଜେ ସାଉଣ୍ଡ ବ୍ୟାନ କରାଯିବା ସଂପର୍କ ରେ ଆଲୋଚନା ହୋଇଥିଲା । ଆଜିର ବୈଠକରେ ଉପନଗରପାଳ ମାନିନୀ ସାହୁ ଙ୍କ ସମେତ ସମସ୍ତ କାଉନସିଲର ଯୋଗଦେଇଥିଲେ । ଶେଷରେ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

6 + 7 =