ନିଶାମୁକ୍ତ ଭାରତ ଅଭିଯାନ ଜିଲ୍ଲାସ୍ତରୀୟ କମିଟି ବୈଠକ ! 

ଢ଼େଙ୍କାନାଳ : ନିଶା ବିରୁଦ୍ଧରେ ଜନ ସଚେତନତା ସୃଷ୍ଟିକରି ଏକ ସମ୍ପୂର୍ଣ ନିଶାମୁକ୍ତ ଭାରତ ଗଠନ କରିବାକୁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଦ୍ୱାରା ପ୍ରାୟୋଜିତ ନିଶାମୁକ୍ତ ଭାରତ ଅଭିଯାନ ଗତ  ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଆରମ୍ଭ ହୋଇଛି ।

ଜିଲ୍ଲା ସ୍ତରରେ ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆଜି ପୂର୍ବାହ୍ନରେ ଜିଲ୍ଲା ସଦଭାବନା ହଲ ଠାରେ ଜିଲ୍ଲାପାଳ  ସରୋଜ କୁମାର ସେଠୀ ଙ୍କ ଅଧକ୍ଷତା ରେ ଜିଲ୍ଲା ନିଶାମୁକ୍ତ ଅଭିଯାନ କମିଟି ର ପ୍ରଥମ ବୈଠକ ହୋଇଯାଇଛି । ଉକ୍ତ ଅଭିଯାନ ମାଧ୍ୟମରେ ରେ ଜିଲ୍ଲାର ବିଭିନ୍ନ ଗ୍ରାମ ସ୍ତରରୁ ବ୍ଲକ ସ୍ତର ତଥା ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ସଚେତନତା କରାଯାଇ ଏକ ନିଶା ମୁକ୍ତ ଜିଲ୍ଲା ଗଠନ କରିବାକୁ ଜିଲ୍ଲାପାଳ ଶ୍ରୀ ସେଠୀ  ଗୁରୁତ୍ୟାରୋପ କରିଥିଲେ ।

ବୈଠକ ପ୍ରାରମ୍ଭ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ମଞ୍ଚାସୀନ ସମସ୍ତ ଉପସ୍ଥିତ ଜିଲ୍ଲା ସ୍ତରୀୟ କମିଟି ସଭ୍ୟ/ ସଭ୍ୟା ମାନଙ୍କୁ ସ୍ଵାଗତ ଜଣାଇ ନିଶାମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଭବିଷ୍ୟତ କାର୍ଯ୍ୟକ୍ରମର ଯୋଜନା ପ୍ରସ୍ତୁତ ଓ ଉପଲବ୍ଧ ପାଣ୍ଠି ର ସୁବିନିଯୋଗ କରି କାର୍ଯ୍ୟକ୍ରମର ସଫଳ ରୁପାୟନ ଉପରେ ଆଲୋକପାତ କରିଥିଲେ । ନିଷ୍ପତ୍ତି   କ୍ରମେ ଉକ୍ତ ଅଭିଯାନ ର ଶୁଭାରମ୍ଭ ଜିଲ୍ଲା ସ୍ତରରେ ଏବଂ ପ୍ରତି ବ୍ଲକ ସ୍ତରରେ ଏକ ସଚେତନତା ରଥ ଆସନ୍ତା ଡିସେମ୍ବର ମାସର ପ୍ରଥମ ସପ୍ତାହରେ ଉଦ୍ ଘାଟିତ ହୋଇ ବିଭିନ୍ନ ଗ୍ରାମ ଓ ସହରରେ ପରିକ୍ରମା କରିବା ସହିତ ସଚେତନତା ସୃଷ୍ଟି କରିବ। ବିଭିନ୍ନ ବ୍ଲକ୍ ରୁ ୧୬୦ ଜଣ ସ୍ଵେଚ୍ଛାସେବୀଙ୍କୁ ଚିହ୍ନଟ କରି ଉପଯୁକ୍ତ ତାଲିମ୍ ମଧ୍ୟରେ ସେମାନଙ୍କ ଜ୍ଞାନ ବୃଦ୍ଧି କରାଇ ସେମାନଙ୍କ ଦ୍ୱାରା ଗୋଷ୍ଠୀ ସ୍ତରରେ ତଥା ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କୁ ନିଶା ଉପରେ ସଚେତନତା ସୃଷ୍ଟି କରିବେ।ସ୍ଵେଚ୍ଛାସେବୀ ଅନୁଷ୍ଠାନ ଐରା ର ନିର୍ଦ୍ଦେଶକ  ସୁରେଶ କୁମାର ପଣ୍ଡା ଓ ଚେତନା ଅନୁଷ୍ଠାନର ନିର୍ଦ୍ଦେଶକ  ସୁବୋଧ କୁମାର ପଣ୍ଡା ଉକ୍ତ କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ତରରେ ପହଁଞ୍ଚାଇ ନିଶାଶକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ ତଥା ସେମାନଙ୍କୁ ସମନ୍ୱିତ ନିଶାମୁକ୍ତି ଓ ଥଇଥାନ କେନ୍ଦ୍ର ମାଧ୍ୟମରେ ନିଶା ମୁକ୍ତି କରାଇ ଏକ ସୁସ୍ଥ ସମାଜ ଗଠନ କରିବାକୁ ମତାମତ ଦେଇଥିଲେ ।

ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଓ ଅବକାରୀ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଗାଡିଚାଳକ ଏବଂ ଲୋକଙ୍କୁ ସଚେତନତା କରି ନିଶା ମୁକ୍ତ ଭାରତ ଗଠନ କରିବା ପାଇଁ ନିଷ୍ପତ୍ତି ନିଆ ଗଲା। ଏହି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶିକ୍ଷାଧିକାରୀ,  ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲା ସ୍ତରୀୟ କମିଟି ର ସଦସ୍ୟ ବିଶ୍ଵନାଥ ବେହେରା  ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ମତାମତ ଦେଇଥିଲେ ।

Leave A Reply

Your email address will not be published.

3 + seventeen =