କୃଷି ବିଜ୍ଞାନ କେନ୍ଦ୍ର ର ଊନବିଂଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

ଢ଼େଙ୍କାନାଳ : ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଇସିଏଆର- ଏଟିଏଆରଆଇ  ର ନିର୍ଦେଶକ ଡ଼ ସୁବ୍ରତ କୁମାର ରାୟ ,ଓୟୁଏଟି  ର ଯୁଗ୍ମ ସମ୍ପ୍ରସାରଣ ନିର୍ଦେଶକ (ସୂଚନା ) ଡ଼ ମହାମାୟା ପ୍ରସାଦ ନାୟକ , ଆଞ୍ଚଳିକ ଗବେଷଣା କେନ୍ଦ୍ର , ମହିଷାପାଟ ର ସହଯୋଗୀ ଗବେଷଣା ଅଧ୍ୟକ୍ଷ ଡ଼ ଦେବାଶିଷ ସ୍ୱାଇଁ , କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ ବିମଳେନ୍ଦୁ ମହାନ୍ତି , ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ  ପୁରୁଷୋତ୍ତମ ସାହୁ ଇତ୍ୟାଦି ମଞ୍ଚାସିନ ହୋଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମସ୍ତ କୃଷି ଓ ଆନୁସଙ୍ଗିକ ବିଭାଗ ର ମୁଖ୍ୟ ଯଥା ଉଦ୍ୟାନ କୃଷି ଉପନିର୍ଦେଶକ  ଗୀତାଶ୍ରୀ ପାଢ଼ୀ , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜେର ଶ୍ରୀଯୁକ୍ତ ସନୋଜ କୁମାର ସିଂ , ଜଳବିଭାଜିକା ପ୍ରକଳ୍ପ ନିର୍ଦେଶକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସ୍ୱାଇଁ , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ପ୍ରଭାତ କୁମାର ପଣ୍ଡା , ଜିଲ୍ଲା ମତ୍ସ୍ୟ ଅଧିକାରୀ  ଶୁଭସ୍ମିତା ଘଡେଇ ,  ଆପିକଲର ଜିଲ୍ଲା ସଂଯୋଜକ ଅମ୍ରିତା ସାମନ୍ତ , ସହକାରୀ କୃଷି ଯନ୍ତ୍ରୀ ଇଂ. ଚିନ୍ତାମଣି ସାହୁ , ଆଞ୍ଚଳିକ ଶିଳ୍ପ କେନ୍ଦ୍ର ର ସହକାରୀ ପରିଚାଳକ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାଥ, କୃଷକ ଓ କୃଷିଜୀବୀ ମହିଳା ମାନଙ୍କର ପ୍ରତିନିଧିତ୍ବ କରୁଥିବା ଚାରିଜଣ କୃଷକ ଇତ୍ୟାଦି ପରାମର୍ଶ ଦାତା ମଣ୍ଡଳୀ ର ସଦସ୍ୟ ଭାବରେ ଉପସ୍ଥିତ ଥିଲେ ।

ଏହି ବୈଠକ ରେ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ ବିମଳେନ୍ଦୁ ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବିଗତ ବର୍ଷ ରେ କରାଯାଇଥିବା କାର୍ଯ୍ୟ ର ଆଗାମୀ ବର୍ଷ ପାଇଁ ସ୍ଥିର କରାଯାଇଥିବା କାର୍ଯ୍ୟ ସୂଚୀ କୁ ସମସ୍ତଙ୍କ ଆଗରେ ପାୱାର ପଏଣ୍ଟ  ପ୍ରେଜେଣ୍ଟେସନ ମାଧ୍ୟମରେ ଆଲୋଚନା କରିଥିଲେ । ବୈଠକରେ ସଭାପତିତ୍ୱ କରି  ଓୟୁଏଟି ର ଯୁଗ୍ମ ସମ୍ପ୍ରସାରଣ ନିର୍ଦେଶକ (ସୂଚନା ) ଡ଼ ମହାମାୟା ପ୍ରସାଦ ନାୟକ  କେଭିକେ ର କାର୍ଯ୍ୟଧାରା ଉପରେ ଗଠନମୂଳକ ପରାମର୍ଶ ଦେଇ କୃଷି ବିଭାଗ ଓ ଚାଷୀ ଭାଇ ମାନଙ୍କ ସହିତ ମିଶି ଏବଂ କୃଷି କ୍ଷେତ୍ର ର ସମସ୍ୟା କୁ ନେଇ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇ ଥିଲେ ।

ଆଇସିଏଆର – ଏଟିଏଆରଆଇ ର ନିର୍ଦେଶକ ଡ଼ ସୁବ୍ରତ କୁମାର ରାୟ  କେଭିକେ ରେ ଥିବା  ପିସ୍ସିକଲଚର  ୟୁନିଟ କୁ ଆଗ୍ରୋ ଇକୋ ଟୁରିଜିମ ପାର୍କ  ରେ ପରିବର୍ତ୍ତନ କରିବା ସହ  ଏଫପିଓ ମାଧ୍ୟମରେ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ । ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଓ ଆର ଆର ଟିଟିଏସ  ର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ଗଣ ଯଥା ଡ଼ ଅବଦୁଲ ଅଲିମ , ଡ଼ ବିକ୍ରମ କେଶରୀ ପାଣି ,  ଭକ୍ତ ଚରଣ ଧୀର , ଶ୍ରୀମତୀ ମିନାକ୍ଷୀ ପୃଷ୍ଟି, ଡ଼ ଦିବ୍ୟ ରଞ୍ଜନ ମିଶ୍ର ,  ସସ୍ମିତା ପାଲ ,  ସଂଘମିତ୍ରା ସାହୁ ,  ଶେଫାଳୀ ରାଉତ , ଡ଼  ରୋଶନି  ବାଲା ନାୟକ ,  ଦିବ୍ୟ ସୁନ୍ଦର କର,  ନିହାର ରଞ୍ଜନ ବରାଳ ,  ମନୋଜ କୁମାର ପ୍ରଧାନ ,  ବିରଜା ପ୍ରସାଦ ଜେନା , ମିସ ପୁନମ ମହାନ୍ତି ଇତ୍ୟାଦି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବା ସହ ପରିଚାଳନା ରେ ସହାୟତା କରିଥିଲେ । ସମସ୍ତ ସଦସ୍ୟ ଗଣ କେଭିକେ ର କାର୍ଯ୍ୟକ୍ରମ କୁ ପ୍ରସଂଶା କରିବା ସହ ବର୍ତମାନର ଆବଶ୍ୟକ ବିଷୟରେ କାର୍ଯ୍ୟକ୍ରମ ନେବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ କେଭିକେଦ୍ୱାରା ପ୍ରକାଶିତ ଦୁଇଟି  ବୁକଲେଟ ଉନ୍ମୋଚନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ ଡ଼ ବିମଳେନ୍ଦୁ ମହାନ୍ତି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା କୃଷି କ୍ଷତ୍ରରେ କିଛି ସକାରାତ୍ମକ  ଆଣିବ ବୋଲି ଆଶା କରାଯାଏ ।

Leave A Reply

Your email address will not be published.

six + seventeen =