ଢ଼େଙ୍କାନାଳ : ଭୁବନ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଳମ୍ବିତ ରାତ୍ରିରେ ଏକ ଚୋରା କୋଇଲା ବୋଝେଇ ଟ୍ରକ ଓ ସେହି ଟ୍ରକ କୁ ଏସକର୍ଟ କରି ନେଉଥିବା କାର କୁ ଜବତ କରି ଏହି ଘଟଣାରେ ଦୁଇ ଭାଇ ଙ୍କ ସମେତ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ପ୍ରାପ୍ତ ଖବରରୁ ପ୍ରକାଶ ଯେ , ରାତ୍ର ପ୍ରାୟ ସାଢେ ଗୋଟାଏ ସମୟରେ ୫୩ ନମ୍ବର ଜାତୀୟ ରାଜପଥର ବାଲିଝାଟି ନିକଟରେ ଓଆର ୦୪ ଏମ -୫୨୧୦ ନମ୍ବର ବିଶିଷ୍ଟ ଦଶ ଚକିଆ ଟ୍ରକ ଏବଂ ଓଡି ୦୨ ବିଏଚ-୪୯୫୧ ନମ୍ବର ବିଶିଷ୍ଟ ହୁଣ୍ଡାଇ କାର ଅଟକି ରହିଥିବା ବେଳେ ପୋଲିସ ଟିମ୍ ସନ୍ଦେହ କରି ସେମାନଙ୍କ ନିକଟକୁ ଯାଇ ପଚରା ଉଚରା କରିଥିଲା । ପ୍ରାୟ ୨୦ ଟନ ଚୋରା କୋଇଲା ବିକ୍ରି ଉଦ୍ଦେଶ୍ୟରେ ନିଆଯାଉଥିବା ଜଣାପଡିବା ପରେ ପୋଲିସ ସେମାନଙ୍କୁ ଥାନାକୁ ଆଣିଥିଲା ।
ଏ ସଂପର୍କରେ ତଦନ୍ତ କରି କେଶ ନଂ -୪୭୩ /୨୦୨୨ ଦଫା ୩୭୯/୪୧୧/୩୪ ରେ ମାମଲା ରୁଜ୍ଜୁ କରି ଟ୍ରକ ମାଲିକ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ବାଲିଚତୁରୀ ସାହି ର ବନମାଳି ଦାସ ଙ୍କ ପୁଅ ବାପି ଦାସ (୨୮) , ତାଙ୍କ ଭାଇ ପପି ଓରଫ ଭୀଷ୍ମ ଦାସ (୨୩) ,ପର୍ଜଙ୍ଗ ଥାନା ମୁଣ୍ଡେଇଲୋ ଗ୍ରାମର ରାଧା ପ୍ରସାଦ ପଣ୍ଡା ଙ୍କ ପୁଅ ବିକି ଓରଫ ପ୍ରିୟବ୍ରତ ପଣ୍ଡା ଓ କାର ଚାଳକ ପର୍ଜଙ୍ଗ ଥାନା ସନ୍ଥ ନଗର ବାସିନ୍ଦା କାଳନ୍ଦି ନାୟକ ଙ୍କ ପୁଅ ବଣ୍ଟି ଓରଫ ବିଶ୍ୱଜିତ ନାୟକ (୨୧) ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସଂପର୍କରେ ଭୁବନ ଥାନା ଭାରପ୍ରାପ୍ତ ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।