ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ !


ଢେଙ୍କାନାଳ : ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ “”ଶୁଭମ୍‌” ଅନୁଷ୍ଠାନ ତରଫରୁ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟରେ ଶିଶୁ ଦିବସ ପାଳନ ଓ ଦକ୍ଷତା ବିକାଶ ପାଠ୍ୟକ୍ରମ ଉପରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସମୀର କୁମାର ସାହୁଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଡିଜିଟାଲ୍ ଇଣ୍ଡିଆ ଓ ସି.ଏସ୍‌.ସି. ଇ-ଗଭର୍ଣ୍ଣାନ୍ସ ମୁଖ୍ୟ ପ୍ରଭଞ୍ଜନ ସାହୁ, ସିଏସ୍‌ସିର ସହ ପରିଚାଳକ ସତ୍ୟ ପ୍ରକାଶ ନାୟକ ଏବଂ “ଶୁଭମ୍‌’ ଅନୁଷ୍ଠାନର ସଂପାଦକ ଶୁଭ୍ର ସଂକଳ୍ପ ପଟ୍ଟନାୟକ ଦ୍ୱାରା ସଭା ପରିଚାଳନା ଓ ଶିଶୁ ଦିବସ ଉପଲକ୍ଷେ କିପରି ବିଦ୍ୟାର୍ଥୀମାନେ କୁଶଳି ହୋଇ ଆଗକୁ ସମାଜରେ ଖ୍ୟାତି ଅର୍ଜନ କରିବେ ବୋଲି ବାର୍ତା ଦିଆଯାଇଥିଲା ।

“ଶୁଭମ୍‌’ ଅନୁଷ୍ଠାନ ଦ୍ୱାରା ଶିଶୁ ଦିବସ ପାଳନରେ ବାର୍ତା ଓ ଦକ୍ଷତା ବିକାଶ ପାଠ୍ୟକ୍ରମରେ ୧୧୫ ଜଣ ବିଦ୍ୟାର୍ଥୀମାନଙ୍କୁ ମାଗଣାରେ ପଞ୍ଜିକରଣ କରାଯାଇଛି । ବିଦ୍ୟାର୍ଥୀମାନେ କିପରି ଏହି ପାଠ୍ୟକ୍ରମ ଦ୍ୱାରା କିପରି ସେମାନଙ୍କର ଦକ୍ଷତା ବିକାଶ କରିପାରିବେ ଓ ନିଯୁକ୍ତିର ସୁଯୋଗ ପାଇପାରିବେ ସେ ବିଷୟରେ ସି.ଏସ୍‌.ସି.ର ଜିଲ୍ଲା ପରିଚାଳକ ପ୍ରଭଞ୍ଜନ ସାହୁ ବିଶେଷ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ମାନଗୋବିନ୍ଦ ଗୋଚ୍ଛି । ଡା. ନିହାର ରଞ୍ଜନ ନନ୍ଦ, ସମୀର କୁମାର ମଲ୍ଲିକ, ଡା. ସସ୍ମିତା ଦାସ, ଅନିମା ସାହୁ, ନିରୁପମା ନାୟକ, ସ୍ୱାତୀ ସୂଚରିତ ସ୍ୱାଇଁ, ପ୍ରବୀଣ ରଂଜନ ସାହୁ, ଶ୍ରୀନିବାସ ଆଚାର୍ଯ୍ୟ, ଚିତରଞ୍ଜନ ରାଉତ, ଯୁଗଳ କିଶୋର ବେହେରା, ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

sixteen − 10 =