ଢ଼େଙ୍କାନାଳ : ଭୁବନ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କମ୍ପ୍ୟୁଟର ଏକାଡେମୀ ଠାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।
ସଂଘ ସଭାପତି ମଧୁପ ରଞ୍ଜନ ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ , ସାମ୍ବାଦିକ ମାନେ ସମାଜର ଜାଗ୍ରତ ପ୍ରହରୀ । ସାମାଜିକ ବିକାଶ ରେ ଗଣମାଧ୍ୟମର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧିନତା ସଂଗ୍ରାମର ଇତିହାସ ହେଉ କି କୋଭିଡ-୧୯ ମହାମାରୀ କରୋନା ହେଉ , ସେ ସମୟରେ ଗଣମାଧ୍ୟମ ପ୍ରତିନିଧର ମାନେ ନିଜ ଜୀବନକୁ ବାଜି ଲଗାଇ ଆଗଧାଡିର ଯୋଦ୍ଧା ସାଜି ନିୟମିତ ଲୋକଙ୍କ ପାଖରେ ଖବର ପହଁଚାଉଥିଲେ ଓ ଲୋକଙ୍କୁ ସଚେତନ କରାଉଥିଲେ ।
ପ୍ରତିକୂଳ ପରିସ୍ଥିତି/ବ୍ୟବସ୍ଥା ସତ୍ୱେ ସାମ୍ବାଦିକ ମାନେ ହିଁ ବାସ୍ତବରେ ଜନସ୍ୱାର୍ଥ ପାଇଁ ଲଢେଇ କରୁଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀମାନ ଦାସ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ପ୍ରେମାନନ୍ଦ ପାଣିଗ୍ରାହୀ ଯୋଗଦେଇ ଗଣମାଧ୍ୟମ ଲକ୍ଷ୍ମଣରେଖା ଅତିକ୍ରମ କରିବା ଉଚିତ ନୁହେଁ । ସାମ୍ବାଦିକ ମାନେ ଯେମିତି ସମାଜର ଜାଗ୍ରତ ପ୍ରହରୀ , ପ୍ରେସ କାଉନସିଲ ମଧ୍ୟ ସେମିତି ସମ୍ବାଦପତ୍ରର ନୈତିକ ପ୍ରହରୀ ।
୧୯୬୬ ମସିହା ଆଜିର ଦିନରେ ପ୍ରେସ କାଉନସିଲ ଗଠନ ହୋଇଥିବାରୁ ଏହାକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି । ନିରପେକ୍ଷ ଓ ନିର୍ଭୀକ ସମ୍ବାଦ ପରିବେଷନ କରିବା ସବୁ ସାମ୍ବାଦିକ ଙ୍କ ଆଭିମୁଖ୍ୟ ହେବା ଉଚିତ ବୋଲି କହିଥିଲେ । ସାମ୍ବାଦିକ ରବୀନ ଦାସ , ସଂଜୟ ନାୟକ , ଅବିନାଶ ସାଥୁଆ ମହାପାତ୍ର ,ଚୈତନ୍ୟ ସାହୁ , ମନୋଜ ପୋଥାଳ ,ଗୌତମ ପାତ୍ର , ଦୁଃଶାସନ ପୃଷ୍ଟି , ରାକେଶ ଗୁରୁ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସଂପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ଅର୍ପଣ କରିଥିଲେ ।