ଢେଙ୍କାନାଳ : ଜଣେ ଶିକ୍ଷୟତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ କାନ୍ଦୁଥିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ସୂଚନା ମୁତାବକ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲରୁ ଏହି ସହ ଶିକ୍ଷୟତ୍ରୀଙ୍କୁ କାନ ମୋଡି ବାହାରକୁ ତଡିଦେବାର ଅଭିଯୋଗ ହୋଇଛି। ସହ ଶିକ୍ଷୟତ୍ରୀ ସୌଦାମିନୀ ଦେହୁରୀ ନିଜ ପ୍ରଧାନ ଶିକ୍ଷୟତ୍ରୀ ମିନତି ଦେହୁରୀଙ୍କ ବିରୁଦ୍ଧରେ ଆଣିଲେ ଅସମ୍ମାନ କରିଥିବା ଅଭିଯୋଗ।ଘର ମରାମତି ଝିଅର ମୁମ୍ବାଇରେ ଏକ କମ୍ପାନୀ ରେ ଯୋଗ ଦେବା ଲାଗି ଯିବା ପାଇଁ ଟଙ୍କାର ଜରୁରୀ ଆବଶ୍ୟକତା କୁ ପୁରାଣ କରିବା ପାଇଁ ସେ ଜିପିଏଫ ଟଙ୍କା ଉଠେଇବାକୁ ଦରଖାସ୍ତ ଦସ୍ତଖତ ପାଇଁ ଯାଇଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଏଭଳି ବ୍ୟବହାର କରିଥିବାର କହିଥିଲେ ଶିକ୍ଷୟତ୍ରୀ।
ଏହି ଅଭିଯୋଗ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କୁ ଭେଟି ଭୋ ଭୋ କାନ୍ଦି, କାନ୍ଦି ନିଜର ଅଭିଯୋଗ ଶୁଣାଇ ଥିଲେ।