ଢେଙ୍କାନାଳ : ସହର ସ୍ଥିତ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସରେ ଆକାଂକ୍ଷିତ କାର୍ଯ୍ୟକ୍ରମ ‘ସମ୍ଭବ’ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ରେ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ରିସୋର୍ସ ଦଳ ଗଠନ କରାଯିବ। ଉକ୍ତ ଦଳର ସଦସ୍ୟମାନେ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବେ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୮ ଟି ବ୍ଲକର ୧୮ ଟି ସ୍କୁଲକୁ ଚିହ୍ନଟ କରାଯାଇଛି।
ଉକ୍ତ ରିସୋର୍ସଦଳ ସମ୍ପୃକ୍ତ ବିଦ୍ୟାଳୟ ଗସ୍ତକରି ଛାତ୍ରୀଛାତ୍ରଙ୍କ ସଠିକ ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଉପରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ସେମାନଙ୍କୁ ଆତ୍ମରକ୍ଷା କୌଶଳ ସମ୍ପର୍କରେ ଶିକ୍ଷାଦାନ କରିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶନୀ , ଜିଲ୍ଲା ଶିକ୍ଷାଧିକାରୀ ନିବେଦିତା ପାଣି, ଜିଲ୍ଲା ଶ୍ରମଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ସାହୁ, ମିଶନ ଶକ୍ତି ଡିପିସି ମୋନାଲିସା ଭଞ୍ଜ, ୟୁନିସେଫ୍ ଓ ଆକ୍ସନଏଡ ଜିଲ୍ଲା ସଂଯୋଜିକା ଅଙ୍ଗୁର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।
ଏହିଅବସରରେ ଅତିଥିମାନେ ‘ଓ୍ୱିକ୍ୟାନ୍ ବ୍ରିଙ୍ଗ୍ ଦିଚେଞ୍ଜ’ ଲେଖାଥିବା ‘ସମ୍ଭବ’ ଲୋଗୋକୁ ଉନୋଚନ୍ମ କରିଥିଲେ। ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିବା ବେଳେ ସମଗ୍ର ଶିକ୍ଷା ଅଭିଯାନର ଜେଣ୍ଡର କୋଅଡିନେଟର ପ୍ରଦୀପ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।