‘ଆମ ପ୍ରତିଭା ଆମ ସମ୍ମାନ’  ଅନୁଷ୍ଠାନର ପ୍ରଥମ ବାର୍ଷିକଉତ୍ସବ ଓ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ପୁରୁଣା ଜିଲ୍ଲା  ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ଆମ ପ୍ରତିଭା ଆମ ସମ୍ମାନ’  ଅନୁଷ୍ଠାନର ପ୍ରଥମ ବାର୍ଷିକଉତ୍ସବ ଓ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟବକ୍ତା ଭାବେ  ବିଶିଷ୍ଟ ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ଯୋଗ ଦେଇଥିଲେ  । ଢେଙ୍କାନାଳ ମାଟିର ସୁଯୋଗ୍ଯ ସନ୍ତାନ ମାନଙ୍କର ଗୁଣଗାନ କରି ସକରାତ୍ମକ ଦୃଢ ମନୋଭାବ ନେଇ ଆଗକୁ ବଢିବାର ପ୍ରେରଣା ଦାୟକ ବକ୍ତବ୍ଯ ରଖିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଥିଲେ ।

ଅନୁଷ୍ଠାନର  ପ୍ରତିଷ୍ଠାତା ସାଂସଦ ମହେଶ ସାହୁ କହିଲେ , ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରୁଥିବା ଛାତ୍ରୀଛାତ୍ର, ବ୍ୟକ୍ତିଙ୍କୁ ଲୋକଲୋଚନକୁ ଆଣିବା  , ସେମାନଙ୍କ ପ୍ରତିଭାର ବିକଶିତ କରି ସମ୍ବର୍ଦ୍ଧିତ କରିବା  ଅନୁଷ୍ଠାନର  ମୁଖ୍ୟ ଲକ୍ଷ୍ୟ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା  ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ କାଯ୍ୟ ନିର୍ବାହୀ ଅଧିକାରୀ  ତନ୍ମୟ କୁମାର ଦରୱାନ ଉପସ୍ଥିତ ଥିଲେ।  ଢେଙ୍କାନାଳ ହେଉଛି ପ୍ରତିଭାର  ଗନ୍ତାଘର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ‘ଆମ ପ୍ରତିଭା ଆମ ସମ୍ମାନ’  ଅନୁଷ୍ଠାନର ଏପରି ପ୍ରୟାସ କୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ଓ ସେମାନଙ୍କର ଅଭିଭାବକଙ୍କୁ ସମ୍ବର୍ଦ୍ଧିତ  କରାଯାଇଥଲା।  ଅତିଥିମାନେ ଅନୁଷ୍ଠାନର ଲୋଗୋ ଉମ୍ନୋଚନ କରିଥିଲେ। ପ୍ରାରମ୍ଭ ରେ ଭାରତୀୟ ସଙ୍ଗୀତ ନିଳୟର ଛାତ୍ରୀଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ  କରିଥିଲେ। ଅନୁଷ୍ଠାନର  ସଭାପତି ପ୍ରିୟରଞ୍ଜନ ମାହନ୍ତଙ୍କୁ ସଭାପତିତ୍ୱରେ  ସମ୍ପାଦକ ଧର୍ମାନନ୍ଦ  ବରାଳ, ଉପସଭାପତି କୋଦଣ୍ଡଧର ସାହୁ,  ସମ୍ପାଦକ କାର୍ତିକ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା  କରିଥିଲେ ।

Leave A Reply

Your email address will not be published.

eighteen − 8 =