ଗଁଦିଆ; ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ଗଁଦିଆ ବ୍ଲକ କାର୍ଯ୍ୟାଳୟ  ପରିସରରେ  ଜନ ଅଭିଯୋଗ  ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଜୀକୃତ ହୋଇଥିବା  ମୋଟ ୬୨ ଅଭିଯୋଗ  ମଧ୍ୟରୁ ୪୮ଟିର ସମାଧାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ବାବଦରେ ୨ ଏବଂ ରେଡକ୍ରସ୍‌ ସହାୟତା ପାଣ୍ଠି ବାବଦରେ ଗୋଟିଏ ଦରଖାସ୍ତ ଗ୍ରହଣ କରାଯାଇଥିଲା।  ଜିଲ୍ଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଲୋଗାନୟାଗୀ ଦିବ୍ୟା ଭି. ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ, ଉପଜିଲ୍ଲାପାଳ  ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡା. ଅଶୋକ କୁମାର ଦାଶ, ବି.ଡି.ଓ. ଆଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

four × 1 =