ଢ଼େଙ୍କାନାଳ : ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିକରିଙ୍ଗ୍ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ବୈଜ୍ଞାନିକ ଡ. ଆଶୁତୋଷ ରଥ ।
ବିଜ୍ଞାନ ଶିକ୍ଷାର ପ୍ରସାର ଓ ମାନବ ସମ୍ବଳର ବିକାଶ ହିଁଦେଶ ବିକାଶର ମୂଳମନ୍ତ୍ର। ନିଜେ ପରୀକ୍ଷଣ କରି ପ୍ରକଳ୍ପ ପ୍ରସ୍ତୁତ କଲେ ବିଜ୍ଞାନ ବୋଧଗମ୍ୟ ହୋଇଥାଏ ବୋଲି ନିଜ ବକ୍ତବ୍ଯ ରେ କହିଥିଲେ । ସମ୍ମାନିତ ଅତିଥିଭାବେ ଇଂ .ରାମଚରଣ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦ୍ୱାରା ୩୫ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରାଇଥିଲେ।
ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ଯକ୍ରମରେ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଶିକ୍ଷୟତ୍ରୀ ସ୍ବର୍ଣ୍ଣମୟୀ ଶତପଥୀ, ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର, ଡ. ଦେବୀ ପ୍ରସାଦ ମିଶ୍ର, ସୁବାସ ନନ୍ଦ, ବିନୋଦ ରାଉତ, ଶିକ୍ଷୟିତ୍ରୀ କିରଣମୟୀ ମହାଳିକ, ଡ. ଅନୁପମା ମିଶ୍ର, ଦୀପ୍ତିଶ ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ, ସୁଜାତାପଣ୍ଡା, କଲ୍ୟାଣୀ ବଡଜେନା, କ୍ଷୀରାବ୍ଧି ତନୟା ମହାପାତ୍ର, ସୁଚିତ୍ରା ସାହୁ, କଳ୍ପନା ବାରିକ ଅତିଥିଭାବେ ଉପସ୍ଥିତ ଥିଲେ।