ଇଣ୍ଡିୟାନ  ପଟାସ ଲିମିଟେଡ ନୂଆ କମ୍ପାନୀର ପ୍ରଥମ ୟୁନିଟ ଉଦଘାଟିତ !

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ହରିପୁର ଗ୍ରାମ ୫୫ନଂ .ଜାତୀୟ ରାଜପଥ ନିକଟରେ ପ୍ରତିଷ୍ଠିତ ପ୍ରମୁଖ ଚିନିକାରଖାନା ‘ଶକ୍ତିସୁଗାର୍ସ ’ର ସ୍ଥାନ ନେଇଛି ଇଣ୍ଡିୟାନ  ପଟାସ ଲିମିଟେଡ୍‌ (ଆଇପିଏଲ )। ନୂଆ କମ୍ପାନୀର ପ୍ରଥମ ୟୁନିଟ୍‌ ଉଦଘାଟିତ ହୋଇଛି।

୨୫୦କୋଟି ଟଙ୍କା ବ୍ୟୟରେ କାରଖାନା ସମ୍ପ୍ରସାରଣ କରିବାକୁ କମ୍ପାନୀ କତ୍ତୃପକ୍ଷ ଲକ୍ଷ୍ୟ ରଖିଥିବାବେଳେ  ଚାଷୀ ଓ କର୍ମଚାରୀଙ୍କ  ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା  ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଜିଲ୍ଲାର ଏକମାତ୍ର ଚିନିକାରଖାନା ‘ଶକ୍ତି ସୁଗାର୍ସ’  ଗତ ଜୁନ୍‌ରେ ବିକ୍ରି ହୋଇଯାଇଥିଲା।  କମ୍ପାନୀ ଜାଗାରେ ଆଇପିଏଲ  ନୂତନ ସୁଗାର ୟୁନିଟ୍‌ ଆରମ୍ଭ ହୋଇଛି। ଏହା ଭାରତରେ ଆଇପିଏଲ ୭ମ ୟୁନିଟ୍‌। ଆୟୋଜିତ କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି ଭାବେଯୋଗଦେଇ ଆଇପିଏଲ ପରିଚାଳନା  ନିର୍ଦେଶକ ଡ.  ପରବିନ୍ଦର ସିଂ ଗେହେଲଟ୍‌ କହୀଲେ, ବ୍ୟକ୍ତିଗତ କାରଣରୁ ଶକ୍ତି ସୁଗାର୍ସ ଓଡ଼ିଶା  ବାହାରକୁ ଯିବାକୁ ଚାହିଁଲା।  ତେଣୁଉକ୍ତ ୟୁନିଟ୍‌କୁ ପ୍ରଦାନ କରିବା  ପାଇଁ ଶକ୍ତି ସୁଗାର୍ସକୁ ଅନୁରୋଧ କରାଯାଇଥିଲା। 

ଖୁସିର କଥା ଏଠାରେ ଆଇପିଏଲ ପକ୍ଷରୁ ନୂତନ ସୁଗାର ୟୁନିଟ୍‌ ଆରମ୍ଭ ହୋଇଛି। କମ୍ପାନୀ ସମ୍ପ୍ରସାରଣ କରିବା  ପାଇଁ ୨୫୦ କୋଟିଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। କୃଷକଙ୍କ ଉନ୍ନତିକୁ ପ୍ରାଥମିକତା  ଦିଆଯିବ। କର୍ମଚାରୀ  ଏବଂ ମ୍ୟାନେଜମେଣ୍ଟର ସୁବନ୍ଦୋବସ୍ତ କରାଯିବ। ଲୋକାଲ ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ  ହେବନାହିଁ। ପୁରୁଣା କମ୍ପାନୀର କର୍ମଚାରୀମାନେ  ପୂର୍ବଭଳି କାର୍ଯ୍ୟ କରିବେ। ଚାଷୀଙ୍କ ପ୍ରାପ୍ୟ ଓ କର୍ମଚାରୀଙ୍କ  ଦରମା ଦିଆଯିବ । ଠିକ୍‌ ଭାବେ କମ୍ପାନୀ ଚଳାଇବା ପାଇଁ ଲୋକାଲ ମ୍ୟାନେଜମେଣ୍ଟ ଏବଂ ଅଧିକାରୀଙ୍କୁ ସ୍ୱାଧୀନତା ମିଳିବ। ପ୍ରଥମେ ବିନିଯୋଗ ପରେ ଯେଉଁଲାଭ ହେବ ସେହି ଅର୍ଥକୁ ପୁଣି କମ୍ପାନୀରେ ଲଗାଯିବ। ଗୁଣବତ୍ତାରେ କୌଣସି ସାଲିସ କରାଯିବ ନାହିଁ। କର୍ମଚାରୀ  ସଂଖ୍ୟା ବଢ଼ାଯିବ।

ସ୍ଥାନୀୟ ଅଞ୍ଚଳର ଉନ୍ନତି,  ଶିକ୍ଷାର ବିକାଶ ଦିଗରେ ଧ୍ୟାନ ଦିଆଯିବ। କମ୍ପାନୀ ପରିସରରେ  ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ସ୍ୱତନ୍ତ୍ର ବାକ୍ସ ରହିବ। କର୍ମଚାରୀମାନେ ନିଜର ମତାମତ ଲେଖିକରିଦେବେ। ପ୍ରତିସପ୍ତାହରେ ଏହାରସମୀକ୍ଷା କରାଯିବ। ସମସ୍ତଙ୍କ ମୂଲ୍ୟବାନ ପ୍ରସ୍ତାବକୁ ଦେଖିକାର୍ଯ୍ୟ ହେବ। ଶକ୍ତିସୁଗାର୍ସଭଳି ଆଇପିଏଲ କୁସହଯୋଗ କରିବା  ପାଇଁ ନୂତନ କମ୍ପାନୀର ପରିଚାଳନା  ନିର୍ଦେଶକ ଅନୁରୋଧ କରିଛନ୍ତି ।

ମାକେର୍ଟିଂ ବିଭାଗ ଜିଏମ୍‌ ନୀରଜ ଶର୍ମା କମ୍ପାନୀର ସଫଳତା ପାଇଁ ଆଶାବ୍ୟକ୍ତ କରିଛନ୍ତି । ଆଇପିଏଲ  କମ୍ପାନୀର ଭୁବନେଶ୍ୱର ମୁଖ୍ୟପରିଚାଳକ ସଞ୍ଜୀବ ଚନ୍ଦ୍ର ସିହ୍ନା ସ୍ୱାଗତ ଭାଷଣରେ କହିଲେ , ୧୯୫୫ରେ ଆଇପିଏଲ କମ୍ପାନୀ ଆରମ୍ଭ ହୋଇଥିଲା।  ଆରମ୍ଭରେ ଏହାର ବ୍ୟବସାୟ ୮୧ କୋଟିଥିବାବେଳେ ୨୦୦୯ ବେଳକୁ ୩୨ ହଜାର କୋଟି ପାର୍‌ କରିବାରେ  ସକ୍ଷମ ହୋଇଛି।

ଢେଙ୍କାନାଳ ୟୁନିଟ୍‌ ମୁଖ୍ୟ ଆର.  ରାମଦୁରାଇ କମ୍ପାନୀର ସଫଳ ପରିଚାଳନାରେ  ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ମୁନ୍‌ମୁନ୍‌ ସିଂ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଆଇପିଏଲର ଶକ୍ତି ସୁଗାର୍ସ ସ୍ଥାନ ନେଲା  ଆଇପିଏଲ ।

ସୂଚନାଯୋଗ୍ୟ, ଢେଙ୍କାନାଳରେ ୧୯୯୪-୯୫ରେ ଶକ୍ତିସୁଗାର୍ସ କମ୍ପାନୀ ଉତ୍ପାଦନ ଆରମ୍ଭ କରିଥିଲା। ୧୦୦ ଏକର ଜମିରେ ପ୍ରତିଷ୍ଠିତ ଏହି କମ୍ପାନୀରେ ସେହି ସମୟରେ ବ୍ୟୟ ହୋଇଥିଲା  ପ୍ରାୟ୧୦୦କୋଟିଟଙ୍କା। ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାର ଚାଷୀମାନେ ଏଠାରେ ଆଖୁ ପେଡ଼ାଉଥିଲେ।  ବାର୍ଷିକ ୧୯,୦୦୦ ଟନ୍‌ ଆଖୁପେଡ଼ା ଯାଉଥିବାବେଳେ  ୨,୫୦୦ ମେଟ୍ରିକ ଟନ୍‌ ଚିନି ଉତ୍ପାଦନ  ହେଉଥିଲା।  ଏହାବାଦ୍‌ ଲିକର ,  ଜୈବଖତ  , ସୋୟାବିନ୍‌ ଉତ୍ପାଦନ  କରି ଦେଶ ବିଦେଶକୁ ରପ୍ତାନି କରାଯାଉଥିଲା।  ପ୍ଲାଣ୍ଟରେ ପ୍ରାୟ ୩୦୦ ଉର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟ କରୁଥିଲେ  ।

Leave A Reply

Your email address will not be published.

ten − six =