ଢ଼େଙ୍କାନାଳ : ‘ସନ୍ଧ୍ୟାତାରା ସାହିତ୍ୟ ସଂସଦ’ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ଭାଗୀରଥି ସାଗର ନୂଆପୋଖରୀ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର । ଉପସଭାପତି ନିରଦାନନ୍ଦ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ସାଧାରଣ ସମ୍ପାଦକ ଶରତ ମିଶ୍ର ପରିଚାଳନା କରିଥିଲେ।
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଅବିକଳ ନମୁନା ପ୍ରଦର୍ଶିତ ହୋଇଥିବାବେଳେ ଗୌରବମୟ ଅତୀତର ସ୍ମୃତି ସାଉଁଟି ଥିଲେ ସହରବାସୀ। ବୋଇତ ବନ୍ଦାଣ ଉପଲକ୍ଷେ ପ୍ରାତଃ ୩ଟାରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାଧବପୁଅ, ସାଧବ ବୋହୂ ବେଶ ସମ୍ମିଳନୀରେ କୁନିକୁନି ପିଲାମାନେ ଅଂଶଗ୍ରହଣ କରିଥିଲେ। ସବୁଠାରୁ ଆକର୍ଷଣୀୟ ଥିଲା ସାଧବ ପୁଅଙ୍କୁ ନୌବାଣିଜ୍ୟ ପାଇଁ ବିଦାୟ ଦେବା ଦୃଶ୍ୟ। ସାଧବ ବୋହୂ ପ୍ରତିଯୋଗିତାରେ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ସମ୍ରିଦ୍ଧି ପାତ୍ର, ଶ୍ରେୟାଂଶୀ ଧଳ, ମଣ୍ଟଫୋର୍ଟ ସ୍କୁଲର ଦେବ୍ୟାଂଶୀ ଖୁଣ୍ଟିଆ ଏବଂ ସାଧବ ପୁଅ ପ୍ରତିଯୋଗତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପି. ପ୍ରଜେଶ ପିନାକୀ ପ୍ରୀତିବର୍ଦ୍ଧନ, ଜାଭିୟର୍ସ ମଣ୍ଟେସରୀ ସ୍କୁଲର ରୋହାନ୍ସ ମିଶ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶାଶ୍ୱତ ପ୍ରୀତିପ୍ରଜ୍ଞା ମହାପାତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଭୂତିଭୂଷଣ ବେହେରା, ସୁଜିତ ମୁଦୁଲି, ଭ୍ରମରବର ହୋତା, ମନମୋହନ ତ୍ରିପାଠୀ, କଳ୍ପତରୁ ତ୍ରିପାଠୀ, ଭବାନୀକାନ୍ତ ନନ୍ଦ, ଭରତ ହାତୀ, ମାତୃ ପ୍ରସାଦ ନନ୍ଦ, ସୁଧାକର ଭାଟ୍ଟ ପ୍ରମୁଖ ଏଥିରେ ସହଯୋଗ କରିଥିଲେ। ବହୁସଂଖ୍ୟାରେ ସହରବାସୀ କାର୍ଯ୍ୟକ୍ରମକୁ ଆନନ୍ଦ ର ସହ ଉପଭୋଗ କରିଥିଲେ ।