ଢେଙ୍କାନାଳ : ଭାପୁର ଫାଣ୍ଡି ନିକଟସ୍ଥ ଶଙ୍କରପୁର ଅଞ୍ଚଳର ମା ବୈଷ୍ଣବୀ ଦେବୀ ନର୍ସିଂ ହୋମରୁ ଏକ ରୋଗୀ ଚିକିତ୍ସାଧିନ ଅବସ୍ଥାରେ ନିଖୋଜ ହୋଇଯାଇଛନ୍ତି।
ନିଖୋଜ ବ୍ୟକ୍ତି ହେଲେ କ୍ଷିରୋଦ କୁମାର ବେହେରା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ବାଉଳିଗଡ଼ ପଞ୍ଚାୟତର ଅରାହାଟ ଗ୍ରାମରେ। ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ କ୍ଷୀରୋଦ ହାର୍ନିଆ ରୋଗରେ ପୀଡିତ ଥିଲେ। ଭାପୁର ଫାଣ୍ଡି ନିକଟସ୍ଥ ବୈଷ୍ଣବୀ ଦେବୀ ନର୍ସିଂହୋମରେ ଡାକ୍ତର ସୁରେନ୍ଦ୍ର କୁମାର ମହାନ୍ତିଙ୍କ ନିକଟରେ ଦେଖାଇବାରୁ ଡାକ୍ତର ମହାନ୍ତି ରୋଗୀର ପରିବାରଙ୍କୁ ଅପରେସନ ହେବ ବୋଲି କହିଥିଲେ।
କ୍ଷୀରୋଦଙ୍କୁ ପରିବାର ବର୍ଗ ନର୍ସିଂହୋମରେ ଭର୍ତି କରାଇଥିଲେ। ଚାରି ଦିନ ଚିକିତ୍ସା ପରେ କ୍ଷୀରୋଦ ମାନସିକ ଭାରସାମ୍ୟ ହରାଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି। କ୍ଷୀରୋଦ ପାଞ୍ଚ ନଭେମ୍ବର ଭୋର ୩ ଟାରୁ ୪ଟା ମଧ୍ୟରେ ନର୍ସିଂହୋମରୁ କେଉଁ ଆଡ଼େ ପଳେଇ ଯାଇଥିଲେ। କ୍ଷୀରୋଦଙ୍କ ନିକଟରେ ତାଙ୍କ ଭେଣେଇ ବହ୍ଲେଇ ବେହେରା କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କ୍ଷୀରୋଦକୁ କାବୁ କରିପାରି ନ ଥିଲେ।
ଏ ନେଇ ପରିବାର ବର୍ଗ ଓ ଭେଣେଇ ନର୍ସିଂହୋମରେ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ। ଏହା ବିଷୟରେ ତତ୍ପରତା ହୋଇ ଡାକ୍ତର ଖାନା କର୍ମଚାରୀ ଓ ପରିବାର ବର୍ଗ କ୍ଷୀରୋଦକୁ ଅଞ୍ଚଳରେ ଖୋଜା ଖୋଜି କରିଥିଲେ। ଶେଷ ରେ ପରିବାର ବର୍ଗ ନିରୁପାୟ ହୋଇ ରୋଗୀ ନର୍ସିଂହୋମରୁ କେଉଁ ଆଡ଼େ ପଳେଇଥିବା ଓ ଅଞ୍ଚଳରେ ଖୋଜା ଖୋଜି କରି ନ ପାଇବା ଅଭିଯୋଗ ନେଇ ଭାପୁର ଫାଣ୍ଡି ରେ ଅଭିଯୋଗ କରିଛନ୍ତି।
ଏହି ଗରିବ ଦୁଃଖୀ ପରିବାର ନର୍ସିଂହୋମରୁ ରୋଗୀ ପଳେଇବା ଓ ତାକୁ ଚାରି ଦିନରୁ ଉର୍ଦ୍ଧ ହବ ଅଞ୍ଚଳରୁ ନ ପାଇବା ଦ୍ଵାରା ଭାଙ୍ଗି ପଡିବା ସହ କ୍ଷୀରୋଦକୁ ଉଦ୍ଧାର ନିମନ୍ତେ ପ୍ରସାଶନକୁ ନେହୁରା ହୋଇଛନ୍ତି।