କାମାକ୍ଷାନଗର;ନିଯୁକ୍ତି ମେଳାକୁ ସଫଳ କରିବା ଦିଗରେ ଜି.ଟି. ଭାରତର ଭୂମିକା !

ଢେଙ୍କାନାଳ: କାମାକ୍ଷାନଗର ଠାରେ ଏକ କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ( ଏମଏସଡିଇ) ର ଯୋଜନା କାର୍ଯ୍ୟକାରୀ ଓ ଜ୍ଞାନ ସହଭାଗୀ  ନେସନାଲ ସ୍କିଲ ଡେଭେଲପମେଣ୍ଟ  କର୍ପୋରେସନ (ଏନଏସଡିସି) ମାଧ୍ୟମ ରେ  ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ଠାରେ ଏକ କୌଶଳ ମହୋତ୍ସବ ଆୟୋଜନ କରି ଢେଙ୍କାନାଳ ଜିଲ୍ଲା ର ଅସଂଖ୍ୟ ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ଆଣିଛି I

ଓଡିଶା ର ଯୁବକ ତଥା ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମାର୍ଗ ଦର୍ଶନ ରେ ଏହି ପଦକ୍ଷପ ନିଆ ଯାଇଛି I ଯାହା ଯୁବ ପିଢ଼ି ଙ୍କୁ ରୋଜଗାର ସୁଯୋଗ ପ୍ରଦାନ ତଥା ଯୁବ ଶକ୍ତି ଙ୍କୁ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା କୁ ପୂରଣ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ I ଏହି ନିଯୁକ୍ତି ମେଳା ଆୟୋଜନ କରିବା ରେ ଗ୍ରାଣ୍ଟ  ଥୋରନଟନ ଭାରତ ଏଲଏଲପି ,  ଏନଏସଡିସି କୁ ସହଯୋଗ କରିଥିଲା I  ଗ୍ରାଣ୍ଟ  ଥୋରନଟନ ର ଟିମ ନିଯୁକ୍ତି ମେଳା ରେ ୫୦୦୦ ଯୁବକ ଯୁବତୀ ଙ୍କୁ ଏକତ୍ର କରିଥିଲେ I ଗ୍ରାଣ୍ଟ  ଥୋରନଟନ ମଧ୍ୟ ୨୫ ପ୍ରତିଷ୍ଠିତ ନିଯୁକ୍ତି ଡାଟା ଙ୍କୁ ଏହି ନିଯୁକ୍ତି ମେଳା କୁ ଆଣିଥିଲା I

ସେଠି ମଧ୍ୟ ରୁ ଶାହୀ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ , ଆଦିତ୍ୟ ବିର୍ଲା ଫେସନ ଆଣ୍ଡ  ରିଟେଲ, ଏସ.କେ. ଏଣ୍ଟରପ୍ରାଇଜେସ , ଇ-କମ  ଏକ୍ସପ୍ରେସ ,  କ୍ୟୁଏସ କର୍ପ ଲିମିଟେଡ  ଅନ୍ୟତମ I  ଗ୍ରାଣ୍ଟ ଥ୍ରୋଟନ ଭାରତ ଏଲ ଏଲ ପି  ଢେଙ୍କାନାଳ ଜିଲ୍ଲା  ରେ  ୬୫୦୦ ରୁ ଅଧିକ ମହିଳା ମାନଙ୍କର ଉନ୍ନତି ପାଇଁ କୃଷକ ଉତ୍ପାଦକ ସମିତି ଗଠନ କରି ମହିଳା ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣ  କରିବା ଦିଗ ରେ  କାର୍ଯ୍ୟରତ ରହିଛି I ସେମାନଙ୍କ ର ଆୟ ବୃଦ୍ଧି କରାଯିବ ସହିତ ସରକାର ଙ୍କ ବିଭିନ୍ନ ଯୋଜନା ମଧ୍ୟ ପହଞ୍ଚାଇ  ପାରୁଛି I ଏହିପରି ନିଯୁକ୍ତି ମେଳା ରେ ଲାଭ  ଉଠାଇବା ପାଇଁ ତାଙ୍କ କାର୍ଯ୍ୟ କ୍ଷେତ୍ର ରୁ ଯୁବକ ଯୁବତୀ ମାନଙ୍କୁ ବଡ ବଡ ନିଯୁକ୍ତି ଦାତା ମାନଙ୍କ ସହ ଯୋଡି ଥିଲେ I

ଗ୍ରାମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଯୋଗାଇବା ନିମନ୍ତେ ଏହି ନିଯୁକ୍ତି ମେଳା ରେ ବଡ ବଡ କମ୍ପାନୀ ରେ ସିଧା ସଳଖ ଇଣ୍ଟରଭ୍ୟୁ ଦେବା ର ଏହା ଏକ ଉତ୍ତମ ଉପାୟ I  ଏହି ନିଯୁକ୍ତି ମେଳା ରେ ସାମିଲ ହୋଇଥିବା ଯୁବକ ଯୁବତୀ ମାନେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଙ୍କ ହାତ ରୁ ଅଫର ଲେଟର ଗ୍ରହଣ କରିଥିଲେ I ଏହା କେବଳ ନିଯୁକ୍ତି ମେଳା ନୁହେଁ କାରଣ ଏହା ଦ୍ୱାରା ଆମ ଯୁବକ ଯୁବତୀ ମାନେ ଓଡିଶା ତଥା ଓଡିଶା ବାହାର ର ବିଭିନ୍ନ କମ୍ପାନୀ ସହିତ ଯୋଡି ହେବାର ସୁଯୋଗ ପାଇଛନ୍ତି I

Leave A Reply

Your email address will not be published.

three × 1 =