ଭୁବନ ; ମାର୍ଥାପୁରରେ କାର୍ତ୍ତିକେଶ୍ୱର ପୂଜା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ମହା ଆଡମ୍ବର ଭାବେ କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହେଉଛି I ଦୁଇ ବର୍ଷ ହେବ କରୋ ନା ମହାମାରୀ ଯୋଗୁ ବିଧିମୁତାବକ ପୂଜା ହେଉଥିବା ବେଳେ ଚଳିତ ବର୍ଷ ଧୂମ୍ ଧାମ୍ ରେ ପାଳନ କରାଯାଉଛି I

ମାର୍ଥାପୁର ଗ୍ରାମରେ ଚାରୋଟି ମଙ୍ଗଳା ସାହି, ତନ୍ତୀ ସାହି, ନୂଆ ସାହି, ହରିଜନ ସାହି ର ପୂଜା ମଣ୍ଡପରେ ପୂଜା ହେଉଥିବା ବେଳେ ମଙ୍ଗଳା ସାହି କାର୍ତ୍ତିକେଶ୍ୱର ପୂଜା କମିଟି ର ବାର ବର୍ଷ ପୂର୍ତ୍ତୀ ପାଳନ କରୁଛି I ପଞ୍ଚୁକ ପ୍ରଥମ ଦିନରୁ ପୁର୍ଣିମା ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ I ରୀତି ନିର୍ଘଣ୍ଟ ଅନୁସାରେ ଶୁକ୍ରବାର ଅପରାହ୍ନରେ ବ୍ରହ୍ମଣୀ ନଦୀ ରୁ କଳସରେ ପାଣି ଆଣି ଗ୍ରାମ ପରିକ୍ରମା ପରେ କଳସ ସ୍ଥାପନ ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି I

ଦୈନିକ ପ୍ରାତଃ ସମୟରେ ସୂର୍ଯ୍ୟ ପୂଜା, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟାରେ ଆଳତୀ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ର ବେଶ୍ ଭିଡ ଦେଖିବାକୁ ମିଳୁଛି I ମଙ୍ଗଳା ସାହି ପୂଜା କମିଟି ବାର ବର୍ଷ ପୂର୍ତ୍ତୀ ହେଉଥିବାରୁ ଦୈନିକ ପ୍ରସାଦ ସେବନ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ମାର୍ଥାପୁର ଗ୍ରାମର କାର୍ତ୍ତିକେଶ୍ୱର ଗଣ ପର୍ବ ହେଉଥିବାରୁ ବେଶ୍ ଉଛବମୁଖର ଦେଖିବାକୁ ମିଳୁଛି I ମଙ୍ଗଳବାର ମଧ୍ଯ ରାତ୍ରିରେ ବିସର୍ଜନ ହେବା ପରେ ବୁଧବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ଦେଇଛନ୍ତି I ପୁରୋଧା ଗଣନାଥ ମିଶ୍ର ରୀତିନୀତି ଅନୁଯାୟୀ ପୂଜା କରୁଥିବା ବେଳେ କର୍ତ୍ତା ଭାବେ ସଙ୍କର୍ଷଣ ସାମଲ ଦାୟିତ୍ଵ ନିର୍ବାହ କରୁଛନ୍ତି I

ପୂଜା କମିଟି ର ସଦସ୍ୟ ସୋମନାଥ ନାୟକ, ବରୁଣ ରାଉତ, ଦିଲିପ ମାଝୀ, କାବୁଲି ରାଉତ, ପତିନ ମାଝୀ, ବଲରାମ ରାଉତ , ପ୍ରିୟବ୍ରତ ନାୟକ, କୁବେର ରାଉତ ଙ୍କ ସମେତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରୁଛନ୍ତି I

Leave A Reply

Your email address will not be published.

2 × 3 =