ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଯମୁନା କୋଟ୍ – ମଠକରୋଗୋଳା ଗ୍ରାମ୍ୟ ଉନ୍ନୟନ ରାସ୍ତା ଡାଳ ପତ୍ରରେ ଢାଙ୍କି ହୋଇଗଲଣି I
୫୩ ନମ୍ବର ଜାତୀୟ ରାଜପଥ ଠାରୁ ପଳାଶପିଠିଆ – ମଠକରୋଗୋଳା ଭାୟା ସୁରପ୍ରତାପୁର, ଯମୁନାକୋଟ୍ ଗ୍ରାମ୍ୟ ଉନ୍ନୟନ ରାସ୍ତା ଅବସ୍ତା ଶୋଚନୀୟ ହୋଇପଡ଼ିଥିବା ବେଳେ ଯମୁନା କୋଟ୍ – ମଠକରୋଗୋଳା ରାସ୍ତା ଉପରକୁ ଡାଳ ପତ୍ର ମାଡି ଆସିଥିବା ଦେଖିବାକୁ ମିଳିଛି I
ମଠକରୋଗୋଳା ଗ୍ରାମକୁ ଜାତୀୟ ରାଜପଥ ପାର୍ଶ୍ଵରେ ଦୂରତା ଅଧିକ ହେଉଥିବାରୁ ଦୈନଦିନ ସହ ସହ ଲୋକ ଏହି ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି I ଗୋଟିଏ ପାର୍ଶ୍ୱରେ ଗଲା ବେଳେ ଅପର ପାର୍ଶ୍ଵରେ କିଏ ଆସୁଥିବାର ଦେଖା ଯାଉ ନଥିବାରୁ ଯେ କୌଣସି ସମୟରେ ଦୁର୍ଘଟଣା ଘଟିବା ନେଇ ଆଶଙ୍କା ଦେଖାଦେଇଛି I
ଚଳିତ ବର୍ଷ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୌଣସି ସଫେଇ କାର୍ଯ୍ୟ ହୋଇନଥିବାରୁ ରାସ୍ତା ଉପରକୁ ମାଡି ଆସିଥିବା ଜଣା ପଡିଛି କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ରାସ୍ତା ପାର୍ଶ୍ଵକୁ ସଫେଇ କାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି I