ଭୁବନ ; ଜିରାଳ ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର : ୮୧ ୟୁନିଟ ରକ୍ତ ସଂଗୃହୀତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଜିରାଳ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଜାତୀୟ ସେବା ସଂସ୍ଥା (ଏନ୍. ଏସ୍.ଏସ୍),ୟୁଥ୍ ରେଡକ୍ରସ୍ ୟୁନିଟ (ୱାଇ. ଆର୍.ସି) ଏବଂ ଜିରାଳ ମହାବିଦ୍ୟାଳୟରଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଟାନିକ ଭାବେ ଉଦଘାତନ କରିଥିଲେ । ସହଯୋଗୀ ଭାବରେ ଯୋଗ ଦେଇଥିଲେ ଜିରାଳ ମହାବିଦ୍ୟାଳୟର ୱାଈ.ଆର୍.ସି. କାଉନସିଲର ଡ଼ ବିଷ୍ଣୁପ୍ରିୟା ତ୍ରିପାଠୀ, ଡ଼ ବନ୍ଦନା ମିଶ୍ର ଓ ବିମଳ ଧିର । ଏନ୍. ଏସ୍. ଏସ୍. ର ପ୍ରୋଗ୍ରାମ ଅଫିସର ଡ଼ ପଦ୍ମାଳୟା ଷଡ଼ଙ୍ଗୀ ଓ ସୁବ୍ରତ କୁମାର ପରିଡ଼ା କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ l ଓଡ଼ାପଡ଼ା ମହାବିଦ୍ୟାଳୟ ଢେଙ୍କାନାଳ ର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ପ୍ରବଣ କୁମାର ହୋତା, ମେରାମୁଣ୍ଡଳି ଗ୍ରାମର ଏଚ୍. ଡି. ଏଫ୍.ସି. ବ୍ୟାଙ୍କ୍ ମ୍ୟାନେଜର ବୁଲୁ ପଣ୍ଡା,ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ସରକାରୀ ଧନ୍ଦାମୂଳକ ଉଚ୍ଚ ଶିକ୍ଷା ଅନୁଷ୍ଠାନର ଅଧ୍ୟାପକ ମାନଙ୍କ ଅବଦାନ ମଧ୍ୟ ଏହି କାର୍ଯ୍ୟକ୍ରମତିରେ ରହିଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କ ସମେତ ଅନ୍ୟ କେତେକ ଅଧ୍ୟାପକ – ଅଧ୍ୟାପିକା ,ଅନ୍ୟାନ୍ୟ କର୍ମକର୍ତ୍ତା ,ଛାତ୍ରଛାତ୍ରୀ ଏବଂ ଜିରାଳ ତଥା ଆଖପାଖ ଗ୍ରାମର ଅଧିବାସୀ ସ୍ଵ ଇଚ୍ଛା ରେ ରକ୍ତଦାନ କରି ଥିଲେ l

ସର୍ବମୋଟ ୮୧ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ମହାବିଦ୍ୟାଳୟର ୱାଇ.ଆର୍.ସି. ଏବଂ ଏନ୍. ଏସ୍. ଏସ୍. ର ସ୍ବେଛାସେବୀ ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଶୃଙ୍ଖଳିତ ସହଯୋଗ ଫଳରେ ଶିବିରଟି ବେଶ୍ ସୁରୁଖୁରୁରେ ଶେଷ ହୋଇଛି। ଏହାର ସଫଳତା ଲକ୍ଷ୍ୟ କରି ଭବିଷ୍ୟତରେ ଆହୁରି ଏପରି ଶିବିର ଆୟୋଜନ କରିବାର ଯୋଜନା କରl ଯିବ ବୋଲି ମହାବିଦ୍ୟାଳୟ ର ଅଧ୍ୟକ୍ଷ କହିଛନ୍ତି l

Leave A Reply

Your email address will not be published.

five × 1 =