ଢ଼େଙ୍କାନାଳ: ଗଁଦିଆ ବ୍ଲକର ଯୋରନ୍ଦା, କରମୂଳ, କାବେରା, ବାଇଁଶିଆ, ରାଇତଳା, ସନ୍ଥପୁର, କାଲୁରିଆ, ନେଉଳପୋଇ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜୋନାଲ ବୈଠକ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ପୁରୁଷୋତ୍ତମ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆବାହକ ପଙ୍କଜ ନାୟକ ଯୋଗ ଦେଇ ମହିଳା ସଶକ୍ତିକରଣ, ଶ୍ରମିକ, କୃଷକର ଉନ୍ନତି ସମ୍ପର୍କରେ ଆଲୋଚନା କରି ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଦିଲ୍ଲୀ ମଡେଲ ଉପରେ ସୂଚନା ଦେଇଥିଲେ । ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଓ ସକ୍ରିୟ ସଦସ୍ୟ ଚିନ୍ମୟ ସେନାପତି ସ୍ଥାନୀୟ କର୍ମକର୍ତ୍ତାଙ୍କୁ ଦିଲ୍ଲୀର ନିଶୁଳ୍କ ବିଜୁଳି, ପାଣି, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ସମ୍ପର୍କରେ ଉଦ୍ବୋଧନ ଦେଇ ପ୍ରତ୍ୟେକ ପଂଚାୟତରେ ସଂଗଠନକୁ ସୁଦୃଢ କରିବାପାଇଁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଉପରୋକ୍ତ ପଞ୍ଚାୟତ ଗୁଡିକରୁ କର୍ମୀମାନଙ୍କୁ ସାଂଗଠନିକ ଦାୟିତ୍ଵ ବଣ୍ଟନ କରାଯାଇଛି । ଯୋରନ୍ଦାର ଦୀପକ ରଞ୍ଜନ ରାଉତ, ବିଜୟ କୁମାର ସାହୁ ଓ ପଙ୍କଜ ରାଉତ, କାବେରା ପଞ୍ଚାୟତର ଦିଲ୍ଲିପ କୁମାର ନାୟକ ଓ ସୁଧାକର ଭୋଇ, ମନ୍ଦାର ପଞ୍ଚାୟତର ପଦ୍ମ ଚରଣ ସାହୁ, ରାଜକିଶୋର ଓଝା, ବାଇଁଶିଆର ତରଣୀ ପାତ୍ର ଓ ସନ୍ତୋଷ ସ୍ୱାଇଁ, କରମୁଳର ଅଭିରାମ ଶତପଥୀ, ଶଙ୍କର ମଲିକ ଓ ପଦ୍ମନାଭ ବେହେରା ପ୍ରମୁଖ ସେମାନଙ୍କର ପଞ୍ଚାୟତ ମୁଖ୍ୟ ଭାବେ ଦାୟୀତ୍ୱ ଦିଆଯାଇଥିଲା।
ଏହି ବୈଠକରେସକ୍ରିୟ ସଦସ୍ୟ ଜନରଞ୍ଜନ ରାଉତ, ଅଙ୍କିତା ପ୍ରିୟଦର୍ଶିନୀ ଷେଣ୍ଢ, ସସ୍ମିତା ମହାନ୍ତି, ସନ୍ତୋଷ କୁମାର ଖୁଣ୍ଟିଆ ଉପସ୍ଥିତ ଥିବାବେଳେ ବାପି ମଲିକ, ଅରୁଣ ଲେଙ୍କା, ନରେନ୍ଦ୍ର ମହାନ୍ତି, ରଞ୍ଜନ ମଲ୍ଲ, ନିରାକାର ଲେଙ୍କା, ବିମଳ ରାଉତ, ରାଜୀବ ଲୋଚନ ସାମଲ, ଗଗନ ପୃଷ୍ଟି, ସୁବ୍ରତ ନାୟକ, ଭାଗିରଥି ରାଉତ, ରଞ୍ଜନ ପାଣିଗ୍ରାହୀ, ଜୟନ୍ତ ଦାଶ, ସୁଶାନ୍ତ ସାହୁ, ବିନୟ ରାଉତ, ବିଜୟ ପାତ୍ର, ଶ୍ରୀଧର ନାୟକ ପ୍ରମୁଖ ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିଲେ । ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ ସଭା ପରିଚାଳନା କରିଥବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପିତାମ୍ବର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।