ଢେଙ୍କାନାଳ : ଗଁଦିଆ ବ୍ଲକ ଦିଗାମ୍ବରପୁରୁ ଗ୍ରାମର ତିନି ଭାଇ ଆଇନି ଆଖିରେ ଧୁଳିଦେଇ ବହୁ ବର୍ଷ ହେଲା ଘରେ ଦେଶୀମଦ ତିଆରି କରିବା ସହ ଵେପାର କରି ଆସୁଥିଲେ। ଏହି ଦେଶୀମଦକୁ ପିଇ ଅନେକ ଲୋକ ମୃତ୍ୟୁ ମୂଖରେ ପଡିଥିଲେ ମଧ୍ୟ ଟଙ୍କା ବଳରେ ଖସି ଆସୁଥିଲେ । ପୂର୍ବାହ୍ନ ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାଇ ଅବକାରୀ ବିଭାଗର ପ୍ରମୁଖ ଏଵଂ ସାଥି ସହଯୋଗୀଙ୍କ ସହାୟତାରେ ଦିଗାମ୍ଵରପୁରୁ ତିନି ଅଭିଯୁକ୍ତ ଘର ଉପରେ ଚଢାଉକରିଥିଲେ ଚଢାଉ ଵେଳେ ତିନିହଜାର ରୁ ଉର୍ଦ୍ଧ୍ବ ମଦ, ମଦ ରନ୍ଧା ହୋଉଥିବା ପୋଚ, କିଛି, ମଦ ବୁହା ହୋଉଥିବା ବ୍ଲାଡର ସହିତ ଅନେକ ଗୁଡିଏ ପ୍ଲାଷ୍ଟିକ ଡ୍ରମ ଜଵଦ କରିଥିଲେ। ତେଵେ ଏଠି ପ୍ରଶ୍ନ ଉଠୁଛି ଅବକାରୀ ଵିଭାଗ ଆଗରୁ କିଭଳି ଜାଣି ପାରୁନଥିଲା ଏବେ ସର୍ବସାଧାରଣ ରେ ଚର୍ଚ୍ଚା ବିଷୟ ।