ଭୁବନ ଏନଏସି ରାସ୍ତାରେ ଜନସ୍ୱାସ୍ଥ୍ୟ ବିଭାଗ ର ମ୍ୟାନହୋଲ !

ଢ଼େଙ୍କାନାଳ : ଭୁବନ ଜନସ୍ୱାସ୍ଥ୍ୟ ବିଭାଗରେ ନିଯୁକ୍ତି ପ୍ରାପ୍ତ ତଥା ଦୀର୍ଘ ୧୪ ବର୍ଷ ହେଲା ଏଠାରେ ରହିଥିବା ଅନଭିଜ୍ଞ କନିଷ୍ଠ ଯନ୍ତ୍ରୀ ଙ୍କ କାର୍ଯ୍ୟକଳାପକୁ ନେଇ ଦିନକୁ ଦିନ ଜନସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଛି ।

ପାନୀୟ ଜଳ ଯୋଗାଣରେ ତାରତମ୍ୟ ରହୁନଥିବା ବେଳେ ଦୂରଦୃଷ୍ଟି ଅଭାବରୁ ଠିକାଦାର ଅତ୍ୟନ୍ତ ନିମ୍ନମାନର ତଥା ମନମୁଖୀ କାର୍ଯ୍ୟ କରି ରାସ୍ତାରେ ମ୍ୟାନହୋଲ କରି ଛାଡି ଚାଲିଯାଉଛି । ରାସ୍ତା ମଝିରେ ଜଏଣ୍ଟ/ସପ୍ଲାଇ ଚାବି ରହୁଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାରେ ଗର୍ତ ଯୋଗୁ ଛୋଟବଡ ଦୁର୍ଘଟଣା ମଧ୍ୟ ହେଉଛି । ଏହି ଗର୍ତରେ ଛୋଟପିଲା ଓ ଗାଈ ଗୋରୁ ଙ୍କ ଗୋଡ ପଶିଯାଉଛି ଓ ଖଣ୍ଡିଆ ଖାବରା ହେଉଛନ୍ତି ।

ଆଜି  ଅପରାହ୍ନରେ ୯ ନମ୍ବର ୱାର୍ଡସ୍ଥିତ ଦୁର୍ଗାଛକ ରାସ୍ତା ମଝିରେ ଥିବା ଜନସ୍ୱାସ୍ଥ୍ୟ  ଗର୍ତରେ ଜନୈକ ବ୍ୟକ୍ତିଙ୍କ ଗୋଡ ପଶିଯାଇଥିଲା ଓ ବହୁ କଷ୍ଟରେ ଉଦ୍ଧାର କରାଯାଇଥିଲା । ଏ ସଂପର୍କରେ ବାରମ୍ବାର ସ୍ଥାନୀୟ କନିଷ୍ଟଯନ୍ତ୍ରୀ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଅଭିଯୋଗ କରିବା ସତ୍ୱେ କୌଣସି ପ୍ରତିକାର ବ୍ୟବସ୍ଥା ହେଉନାହିଁ ।

କନିଷ୍ଠଯନ୍ତ୍ରୀ ଜଣକ ଏଠାରେ ଦୀର୍ଘ ୧୪ ବର୍ଷ ହେଲା ରହିଥିବା କାରଣରୁ ଜନସାଧାରଣଙ୍କ କଥାକୁ ଆଦୌ ଭୃକ୍ଷେପ କରୁନାହାଁନ୍ତି । କେଉଁ ଅଦୃଶ୍ୟ ଶକ୍ତି ଚାପରେ ସେ ଏଠାରେ ଦୀର୍ଘ ୧୪ ବର୍ଷ କାଳ ରହି ବ୍ୟାପକ ଦୁର୍ନୀତି ,ଅନିୟମିତତାରେ ଲିପ୍ତ ରହୁଛନ୍ତି ତାହା ବୁଝାପଡୁନାହିଁ । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.

5 + 5 =