ଦୀର୍ଘ ଦିନ ର ବ୍ୟବଧାନ ପରେ ରାଜ୍ୟରେ ଥିବା ସରକାରୀ ଦଳ “ବିଜୁ ଜନତା ଦଳ” ର ଧାମନଗର ଉପନିର୍ବାଚନ ରେ ଘୋର ବିପର୍ଯ୍ୟୟ ର ସମ୍ମୁଖୀନ ହୋଇଛି । ବିଜେପି ଦଳ ପ୍ରାର୍ଥୀ ଙ୍କର ବିପୁଳ ବିଜୟ ରେ ବିଜେପି ଦଳ ଯେତିକି ଖୁସି ଅଛନ୍ତି ତାହାଠାରୁ ବେଶି ଖୁସି ଅଛନ୍ତି ସରକାରୀ ଦଳ ର ଅନେକ କଣ ଠେସା ନେତା । ଯେଉଁମାନେ ବର୍ତ୍ତମାନ ଦଳ ର ପରିଚାଳନା ଢଙ୍ଗ କୁ ନେଇ ଅନେକ ଦିନ ଧରି ଅସନ୍ତୁଷ୍ଟ ଅଛନ୍ତି । ଯେଉଁମାନେ ଦଳ କୁ ବହୁ ମୂଲ୍ୟ ଦେଇ ତିଆରି କରିଥିଲେ ସେମାନଙ୍କ ଭିତରୁ ଅନେକ ଙ୍କୁ ଦଳ ରୁ ବିଦାୟ କରିଦିଆ ଯାଇଛି ଆଉ ଯେତିକି ଅଛନ୍ତି ତା ଭିତରୁ ଅନେକ ଦଳ ରେ ଥାଇ ନଥିଲା ଭଳିଆ ଅଛନ୍ତି ।
ଦଳ ରେ ହାତଗଣତି ଦୁଇ ଚାରିଜଣ ନେତା କିଛି ଅଫିସର ଙ୍କୁ ଧରି ଦଳ କୁ ନିୟନ୍ତ୍ରଣ ବିଗତ ୨୦୧୯ ରୁ କରିଆସୁଛନ୍ତି । ଦଳ ର ପୁରୁଖା ଲୋକ ଙ୍କୁ “ନବୀନ ନିବାସ” ଯିବା ମନା । ସେହି ଗୋଷ୍ଠି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ନିଜ କବଜାରେ ରଖି ରାଜ୍ୟ କୁ ଶାସନ କରୁଛନ୍ତି ।ସେହି ତଥା କଥିତ ନେତା ମାନେ ଓଡିଶା ରାଜନୀତି ରେ ଏକ ନୁଆ ପରିକ୍ଷଣ ଧାମନଗର ରେ କରିବାକୁ ଯାଇ “ମହିଳା କାର୍ଡ” ଖେଳି ରାଜ୍ୟରେ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ମାଧ୍ୟମ ରେ ଭୋଟ କିଣି ଜିତି ହେବ କି ନାହିଁ ତାର ପରୀକ୍ଷା ନିରୀକ୍ଷା କରୁଥିଲେ । ଯଦି ଜିତି ଯାଇଥାନ୍ତେ ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବୁଝେଇ ଦେଇଥାନ୍ତେ ଯେ ଯେ କୌଣସି ଅନାମ ଧେୟ ଲୋକ କୁ ଦଳ ଟିକେଟ ଦେଇ ଭବିଷ୍ୟତ ରେ ସରକାର କରିହେବ । ତା ମଧ୍ୟ ସଫଳ ହେବାକୁ ବେଶି ଦୂର ନଥିଲା ।
କିନ୍ତୁ ବିଦ୍ରୋହୀ ପ୍ରାର୍ଥୀ ରାଜୁ ଦାସ ସବୁ ଅଙ୍କ ବିଗାଡି ଦେଲେ । ନିର୍ବାଚନ ପ୍ରଥମ ରୁ ସେ ଏକ ବିଜେଡି ବିରୋଧୀ ବାତାବରଣ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଥିଲେ ଯାହାର ଭରପୁର ଫାଇଦା ବିଜେପି ଦଳ ସପକ୍ଷରେ ଗଲା । ତାପରେ ବି ପ୍ରାର୍ଥୀ ଦୃଷ୍ଟିରୁ ଦିବଗନ୍ତ ପୁର୍ବତନ ବିଧାୟକ ବିଷ୍ଣୁ ସେଠି ଙ୍କ ସୁପୁତ୍ର “ସୂର୍ଯ୍ୟବଂଶୀ ସୁରଜ” ବିଜେଡି ର ପ୍ର।ଥି ଙ୍କ ଠାରୁ ଢେର ଗୁଣା ପସନ୍ଦ ଯୋଗ୍ୟ ଥିଲେ । ବିଜେଡି ଯଦି” ରାଜୁ ଦାସ” ଙ୍କୁ ପ୍ରାଥି କରିଥାନ୍ତା ତେବେ ଅବସ୍ଥା ଅଲଗା ହୋଇଥାନ୍ତା । ବିଜେପି ର ଯେଭଳି ଏକ ତରଫା ବିଜୟ ହେଲା ସେଭଳି ଅନ୍ତତଃ ହୋଇ ନଥାନ୍ତା ।
କାରଣ ଗତ ପଂଚାୟତ ଭୋଟ ରେ ଭଲ ପ୍ରଦର୍ଶନ କରିଥିଲେ ଓ ଅବନ୍ତି ଦାସ ଙ୍କୁ ବ୍ଲକ ଚେୟାରମ୍ୟାନ କରାଇଥିଲେ । ରାଜ୍ୟରେ ବିଜୁ ଜନତା ଦଳ କୁ ପରିଚାଳନା କରୁଥିବା କୋଟେରୀ ଗୋଷ୍ଠି ର “ରାଜୁ” ପସନ୍ଦଯୋଗ୍ୟ ପ୍ରାର୍ଥୀ ନଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନ୍ଧାର ରେ ରଖି ରାଜୁ ଦାସ ଙ୍କର ଟିକେଟ କଟା ଗଲା ।
ଏହି ନିର୍ବାଚନ ରେ ବିଜେପି ଯେଭଳି ଗୁରୁତ୍ୱ ର ସହ ନିର୍ବାଚନ ଲଢିଲା ତାହା ବିଗତ ଉପ ନିର୍ବାଚନ ଗୁଡିକରେ ତାହା ଦେଖା ଯାଇ ନଥିଲା । ଯଦ୍ୱାରା ତଳ ସ୍ତରରେ କର୍ମୀ ମାନଙ୍କର ମନୋବଳ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥିଲା ।
ଏହି ନିର୍ବାଚନ ରେ ବିଜେପି ର ଦୁଇଟି ଲାଭ ହୋଇଛି।ଗୋଟିଏ ହେଲା ଦଳ ତାର ନିଜ ସିଟ ଟି ବଜାୟ ରଖି ପାରିଛି ।ଅନ୍ୟଟି ହେଲା ଦଳୀୟ କର୍ମୀ ଙ୍କର ମନୋବଳ ବୃଦ୍ଧି ପାଇ ଆସନ୍ତା ୨୦୨୪ ପାଇଁ ଲଢେଇ ପାଇଁ ମାନସିକ ପ୍ରସ୍ତୁତି ନେବା । ଗତ ୨୦୧୯ନିର୍ବାଚନ ରେ ବିଜେପି ର ୧୨୦ମିଶନ କାହିଁକି ଫେଲ ମାରିଲା ବିଜେପି ଯଦି ତାର ସଠିକ ତର୍ଜମା ନକରି ପୁଣି ସେହି ଭୁଲ କରେ ତେବେ ଏହି ଧାମନଗର ବିଜୟ ର କିଛି ମୂଲ୍ୟ ରହିବ ନାହିଁ ।
ଧାମନଗର ନିର୍ବାଚନ କୁ ସରକାରୀ ଦଳ ବିଜେଡି ଗୁରୁତ୍ୱ ର ସହ ନେଇ ଯଦି ଠିକ ପଦକ୍ଷେପ ଆଗକୁ ନନିଏ ଓ ଆତ୍ମ ସମୀକ୍ଷା ନକରେ ତେବେ ଆସନ୍ତା ୨୦୨୪ରେ ଯେ ୧୪୭ “ରାଜୁ ଦାସ” ସୃଷ୍ଟି ନହେବେ ତାହା କହି ହେବ ନାହିଁ । ଯଦି ବିଜେଡି ଏହି ନିର୍ବାଚନ ରେ ଜୟଯୁକ୍ତ ହୋଇଥାନ୍ତା ଆଉ ଏକ ସାଙ୍ଘାତିକ ପରୀକ୍ଷଣ ଆଗାମୀ ୨୦୨୪ରେ କରିବାକୁ ସମସ୍ତ ଯୋଜନା ସେହି ତଥା କଥିତ କୋଟେରୀ ଗୋଷ୍ଠି କରି ସାରିଥିଲା । କିଛି ଆଇ ଏ ଏସ ଓ ଓ ଏ ଏସ ଅଫିସର ମାନଙ୍କୁ ବିଭିର୍ଣ ନିର୍ବାଚନ ମଣ୍ଡଳୀ ରେ ଟିକେଟ ଦେଇ ଆଗାମୀ ଦିନରେ ରାଜନୈତିକ ଲୋକ ଙ୍କୁ ଵାଦ ଦେଇ ନିରଙ୍କୁସ କ୍ଷମତା ସେହି କୁଚକ୍ରି ଗୋଷ୍ଠୀ ହାସଲ କରିବା ପାଈଁ ପୁରା ଯୋଜନା ହୋଇ ସାରିଥିଲା ବୋଲି ଚର୍ଚ୍ଚା ହେଉଥିଲା ।
ଧାମନଗର ନିର୍ବାଚନ ରେ “ରାଜୁ ଦାସ” ସେହି କୁଚକ୍ରି ଗୋଷ୍ଠୀ ଙ୍କୁ ଏକ ଶକ୍ତ ଜବାବ ଦେଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।ରାଜୁ ଦାସ ଆଜି ବିଜୁ ଜନତା ଦଳ କୁ ଯେଉଁ ମାନେ ତଳସ୍ତର ରୁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ଖଟାଇ ଆଜି ଯେଉଁ ଜାଗାରେ ଠିଆ କରାଇଛନ୍ତି ସେମାନଙ୍କ ର ମନୋବଳ ବଢ଼ାଇ ଦେଲେ । ମୋର ନିଜର ଅଭିଜ୍ଞତା ଦୃଷ୍ଟିରୁ ମୁଁ ଏତିକି କହିପାରେ ୨୦୧୪ରେ ଯେତେ ବେଳେ ମୋର ବିଜେଡି ଟିକେଟ ଯେଉଁମାନେ କାଟିଥିଲେ ଓ ମୋତେ ବିଭିନ୍ନ ବାଟରେ ସେହିମାନେ ପ୍ରଲୋଭିତ କରି ସ୍ୱାଧୀନ ଭାବେ ଲଢ଼ିବା ରୁ ମଧ୍ୟ ସେହିମାନେ ବଂଚିତ କରିଥିଲେ ।ସେହି ମାନଙ୍କ କଥାରେ ପଡ଼ି ମୁଁ ସ୍ୱାଧୀନ ଭାବରେ ପ୍ରତିଦ୍ବନ୍ଦିତା ନକରି ଏକ ଐତିହାସିକ ଭୁଲ ସେତେବେଳେ କରିଥିଲି।
ତାଙ୍କୁ ଆଜି “ରାଜୁ ଦାସ” ମୁହଁ ତୋଡ ଜବାବ ଦେଇଛନ୍ତି। ମୋ ମତରେ ଏବେ ଗଣ ମାଧ୍ୟମ ରେ ବିଜେପି ର ବିଜୟ ପାଇଁ ଯିଏ ଯେତେ ଶ୍ରେୟ ନେବାର ଡିଣ୍ଡିମ ପିଟିଲେ ବି ସମସ୍ତ ଶ୍ରେୟ “ରାଜୁ ଦାସ” ଙ୍କ ପାଖକୁ ଯିବ । ଯଦି ଏହି ନିର୍ବାଚନ ରୁ ବିଜେଡ଼ି କିଛି ଶିକ୍ଷା ଲାଭ ନକରେ ତେବେ ଏହାର ପୁନରାବୃତ୍ତି ରାଜ୍ୟର ସବୁ ନିର୍ବାଚନ ମଣ୍ଡଳୀର ଯେ ନହେବ କହି ହେବ ନାହିଁ । ଏଣୁ ଧାମନଗର ଉପ ନିର୍ବାଚନ ଉଭୟ ବିଜେପି ଓ ବିଜେଡି ଙ୍କୁ ଆଗାମୀ ଦିନ ପାଇଁ ଏକ ନୂଆ ରାସ୍ତା ଦେଖେଇଦେଇଛି । ଯିଏ ବାଟରେ ଯିବ ଠିକ ଜାଗାରେ ପହଞ୍ଚିବ ନହଲେ ଧାମନଗର ଭଳି ଦଶା ଭୋଗିବାକୁ ପଡ଼ିବ ।
ନବୀନ ନନ୍ଦ,ପୁର୍ବତନ ବିଧାୟକ,ଢେଙ୍କାନାଳ