ଢେଙ୍କାନାଳ : ଜିଲ୍ଲା ଲେଖକ ସଂସଦର ୪୩ତମ ବାର୍ଷିକ ଉତ୍ସବ ନିମନ୍ତେ ସାରଙ୍ଗଧର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ସଂସଦର ପୃଷ୍ଠପୋଷକ କଳ୍ପନାମୟୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଆସନ୍ତା ନଭେମ୍ବର ମାସ ୨୭ ତାରିଖରେ ବାର୍ଷିକ ଉତ୍ସବ ହେବା ନିମନ୍ତେ ଦିନଧାର୍ଯ୍ୟ କରାଯାଇଥିଲା । କଳ୍ପନାମୟୀ ଦାଶ ସଂସଦରେ ଏକ ଓଲୁଏଜ କେୟାର ଖୋଲିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେଥି ନିମନ୍ତେ ସମ୍ପାଦକ ବସନ୍ତ କୁମାର ସ୍ଥିର କରାଯାଇଥିଲା । ସର୍ବସମ୍ମତ କ୍ରମେ କବି ବ୍ରଜନାଥ ବଡଜେନା ସାହିତ୍ୟ ସମ୍ମାନ-ଡଃ ସରୋଜିନୀ ଷଢଙ୍ଗୀ, ଶାଣ୍ଡିଲ୍ୟ ବସନ୍ତ ଶିକ୍ଷା ଗୌରବ ସମ୍ମାନ ଶଙ୍କର୍ଷଣ ଶତପଥୀ, ରାଜା ଭଗିରଥ କଳା ସମ୍ମାନ-ଅସୀମା ପଣ୍ଡା, ସାରଙ୍ଗଧର ସେବା ସମ୍ମାନ- ଗଗନ ବିହାରୀ ନନ୍ଦ, ଶ୍ରୀଧର ସ୍ୱାମୀ ସାହିତ୍ୟ ସମ୍ମାନ ଡଃ. ପ୍ରଫୁଲ୍ଲ କୁମାର ପାଣି, ସଚ୍ଚିଦାନନ୍ଦ ଦାସ ବରିଷ୍ଠ ଆଇନ୍ ସମ୍ମାନ- ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ରାଜ୍ୟ ଶ୍ରେଷ୍ଠ କଳାକାର ସମ୍ମାନ – ତାପସୀ ମିଶ୍ର, ବିଶିଷ୍ଟ ସମାଜସେବୀ ସମ୍ମାନ-ରୀନା ରାଉତରାୟଙ୍କୁ ବାର୍ଷିକ ଉତ୍ସବରେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଥିଲା ।
ଶ୍ରୀଯୁକ୍ତ ମିଶ୍ର ସମସ୍ତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ । ସର୍ବଶେଷରେ ହୃଦାନନ୍ଦ ଦ୍ୱିବେଦୀ ଧନ୍ୟବାଦ ଦେଇଥିଲେ ଓ ଦୀପ୍ତିମୟୀ ଲେଙ୍କା ବିଭୁବନ୍ଦନା କରିଥିଲେ ।