ଢ଼େଙ୍କାନାଳ : ଉତ୍ତରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ସୁରେଶ ଚନ୍ଦ୍ର ଦଳାଇ ଢେଙ୍କାନାଳ ପରିଦର୍ଶନରେ ଆସି ଜିଲ୍ଲା କାର୍ଯ୍ୟାଳୟ ଓସୱାନ୍ ହଲରେ୍ ବିଭିନ୍ନ ଉନ୍ନୟନମଳକୂ କାର୍ଯ୍ୟ ସମୀକ୍ଷା କରିଛନ୍ତି ।
ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ବରିଷ୍ଠ ଅଧିକାରୀମାନେ ସରକାରୀ କାର୍ଯ୍ୟାଳୟ , ସ୍ୱାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ , ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା , କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା, ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ, ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ କରିବା ଲାଗି ସେ ନିର୍ଦେଶ ଦେଇଛନ୍ତି।
ବିଭିନ୍ନ ମାଧ୍ୟମରେ ଲୋକଙ୍କୁସଚେତନ କରାଯାଇପାରିଲେ ସେମାନେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହେବେ। ଏଥସହିତ ପଞ୍ଚାୟତସ୍ତରରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ରୋଗ ନିରୂପଣ କରିବାକୁସେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଏଥିସହ ଜିଲାବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଖୁବ୍ଶୀଘ୍ର ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆରଡିସି ସୂଚନା ଦେଇଛନ୍ତି। ଢେଙ୍କାନାଳ ଜିଲାରେ ‘ଇଚ୍ ୱାନ ଟିଚ୍ ଓ୍ୱାନ’ କୁସଫଳତା ମିଳିଛି। ଏହାକୁ ଆରଡିସିପ୍ରଶଂସା କରିଛନ୍ତି । ଆଗାମୀମାଟ୍ରିକ ପରୀକ୍ଷାରେ ଯେପରି୨୫୦ରୁ ଅଧିକ ଛାତ୍ରୀଛାତ୍ର ‘ଏ-ଗେ୍ରଡ’୍ରେ ପାସ୍ କରିବେ , ସେଥିପ୍ରତ ଯତ୍ନବାନ ହେବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଆଲୋଚନାରେ ଭାଗନେଇ ଜିଲାପାଳ ସରୋଜ କୁମାର ସେଠୀ ଏମଜିଏନଆର ଇଜି ଏସ ମାଧ୍ୟମରେ ଗ୍ରାମାଞ୍ଚଳବାସୀଙ୍କ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେବା, ଅସମ୍ପୂର୍ଣ୍ଣ ପ୍ରକଳ୍ପ କାମ ଶେଷ କରିବା , ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେପଦକ୍ଷପ ନେବାକୁ ବିଡିଓଙ୍କୁ କହିଛନ୍ତି । କ୍ୟାମ୍ପକୋର୍ଟ କରି ଜମି ଚିହ୍ନଟ, ବସୁନ୍ଧରା ଯୋଜନାରେ ବାସହୀନଙ୍କୁ ଜମି ଦେବା, ଆବେଦନ ଅନୁଯାୟୀ ହିତାଧକାରୀଙ୍କୁ ତୁରନ୍ତ ପ୍ରମାଣପତ୍ର ପ୍ରଦାନ, ବାଲ୍ୟ ବିବାହ ରୋକିବା ପାଇଁ କନ୍ୟାଙ୍କ ବୟସ ପ୍ରମାଣପତ୍ର ଯାଞ୍ଚ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ (ରାଜସ୍ୱ) ଉଦୟ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲ୍ଲ ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାରଦରୱନ, ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ଜିଲା ମୁଖ୍ୟ ଚିକିତ୍ସାଧକାରୀ ଡା. ଅଶୋକ କୁମାର ଦାଶ, ଅତିରିକ୍ତ ଜିଲ୍ଲ ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ମିଶନ ପରୀଚାଳିକା ସୋନାଲି ପ୍ରିୟଦର୍ଶନୀ , ଅତିରିକ୍ତ ଜିଲ୍ଲ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।