ଢେଙ୍କାନାଳ ଜିଲ୍ଲା ଶ୍ରୀଜଗନ୍ନାଥ ନାମ ସଂକୀର୍ତନ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଶ୍ରୀ ଶ୍ରୀ ଜଗନ୍ନାଥ ନାମସଂକୀର୍ତନ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ ଜିଲ୍ଲା ସଭାପତି ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି ।

ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଆଲୋକପାତ କରିଥିଲେ । ଏହି କଳିଯୁଗରେ ଜଗନ୍ନାଥଙ୍କ ମହାମନ୍ତ୍ର ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିବାରୁ ଶ୍ରଦ୍ଧାଳୁମାନେ ଅପାର ଆନନ୍ଦ ଅନୁଭବ କରୁଛନ୍ତି ବୋଲି ସାଂସଦ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜଗନ୍ନାଥ ସଂକୀର୍ତନର ସଭାପତି ବୀପ୍ରବର ସାହୁ ଏବଂ ବିଶିଷ୍ଟ ଅତିଥି ଭାବେ ନୟାଗଡ ଜିଲ୍ଲା ସଭାପତି ଧନେଶ୍ୱର ଲେଙ୍କା, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ସୁଦର୍ଶନ ଚମ୍ପତି, ରାଜ୍ୟ ସମ୍ପାଦକ ବିପିନି ବିହାରୀ ଦାସ, ଜଗନ୍ନାଥ ସଂସ୍କୃତିର ବିଶିଷ୍ଟ ସାଧକ ଜୟରାମ ମହାନ୍ତି, ବିଶିଷ୍ଟ ଆଇନ୍‌ଜୀବୀ ଗିରିଜା ପ୍ରସାଦ ମହାନ୍ତି ପ୍ରମୁଖ ଯୋଗଦେଇ ଉପସ୍ଥିତ ଭକ୍ତମଣ୍ଡଳୀଙ୍କୁ ଜଗନ୍ନାଥ ଚେତନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ସାଂସଦ ଶ୍ରୀ ସାହୁ ଏହି କାର୍ଯ୍ୟକାରୀ ବୈଠକକୁ ଯିବା ପୂର୍ବରୁ ଢେଙ୍କାନାଳ ସହରର ମୁଖ୍ୟରାସ୍ତାରୁ ଶ୍ରଦ୍ଧାଳୁ ଭକ୍ତମାନେ ନାମସଂକୀର୍ତନ ଓ ହୁଳହୁଳି ହରିବୋଲ ପକାଇ ବୈଠକ ସ୍ଥଳକୁ ପାଛୋଟି ନେଇଥିଲେ । ବୈଠକସ୍ଥଳରେ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପ୍ରଦ୍ୱୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ଘ୍ୟ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବିଶିଷ୍ଟ ସାମ୍ବାଦିକମାନଙ୍କୁ ସଂସ୍ଥାପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଭକ୍ତ ବିରଂଚି ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + 19 =