ଢେଙ୍କାନାଳ : କେନ୍ଦ୍ର ଓ ରାଜ୍ୟ ସରକାର ଫୁଟ୍ବଲ୍ ଖେଳକୁ ବିଶେଷ ଗୁରୁତ୍ୱ ଦେଉଥିବାରୁ ପ୍ରଥମଥର ପାଇଁ ଜାତୀୟ ସ୍ତରୀୟ ଫୁଟ୍ବଲ୍ ଖେଳାଳୀଙ୍କୁ ନେଇ ବାଜିରାଉତ ଜାତୀୟ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଯାଉଛି ।
ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଆସନ୍ତା କାଲି ଏହି ଖେଳର ଆୟୋଜନ ହେଉଥିବାରୁ ଖୁସିପ୍ରକଟ କରି ସାଂସଦ ମହେଶ ସାହୁ ଆଜି ମଧ୍ୟାହ୍ନରେ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ରେ ପହଞ୍ଚି କିପରି ଜାତୀୟ ଖେଳାଳୀମାନେ ସୂଚାରୁରୂପେ ଫୁଟବଲ ଖେଳି ସୁନାମ ଅର୍ଜନ କରିବେ ଏବଂ ଖେଳାଳୀ ମାନଙ୍କ ରହିବା ସଂପର୍କରେ ଅନୁଧ୍ୟାନ କରି ଆୟୋଜନକାରୀ ବିଶ୍ୱଜିତ୍ ପଟ୍ଟନାୟକ, ସୁନିଲ ଶର୍ମା, କ୍ରିଡାବିତ୍ ସରୋଜ କୁମାର ପାଢୀ, ସନାତନ ବେହେରା ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ ।