ଢେଙ୍କାନାଳ : ପରଜଙ୍ଗ ବ୍ଲକ ଅନ୍ତର୍ଗତ ,ସାଆଁନ୍ଦା ତଳବେରେଣା ଗ୍ରାମର ଦିଲୀପ କୁମାର ପଣ୍ଡା ଙ୍କ ପୁଅ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହେଲେ ମଧ୍ୟ ସାମାନ୍ୟ ମଣିଷ କୃତ ତ୍ରୁଟି ଯୋଗୁଁ ଆଜି ତାର ଭବିଷ୍ୟତ ଅନ୍ଧକାର କୁ ଯାଉଛି ।
ଅଭିଯୋଗ ମୁତାବକ ଭିନ୍ନକ୍ଷମ ଚନ୍ଦନ ପଣ୍ଡା ନା କହିପାରୁଛି ନା ସୁଣିପାରୁଛି ସମ୍ପୁର୍ଣ୍ଣ ଭିନ୍ନକ୍ଷମ । ପୁଅର ଭବିଷ୍ୟତ ନେଇ ବାପା ଖୋର୍ଦ୍ଧା ପାତ୍ରପଡ଼ା ସ୍ଥିତ ମୂକ ବଧିର ସ୍କୁଲ ରେ ନାମ ଲେଖାଇ ଥିଲେ । ଚନ୍ଦନ ଏବେ ଷଷ୍ଠ ଶ୍ରେଣୀ ଛାତ୍ର । ହେଲେ ଅନଲାଇନ ରେ ଚନ୍ଦନ ଙ୍କ ଭିନ୍ନକ୍ଷମ ୧୦ ପ୍ରତିଶତ ଥିବାରୁ ସ୍କୁଲ କର୍ତ୍ତୃପକ୍ଷ ଗ୍ରହଣ କରୁନଥିବା ହେତୁ ଏବେ ଚନ୍ଦନ ଭବିଷ୍ୟତ ଅନ୍ଧକାର ହେବାକୁ ଯାଉଛି । ଅଭାବି ବାପା ଦିଲ୍ଲୀପ ଖର୍ଚ୍ଚାନ୍ତ ହୋଇ ଜିଲ୍ଲା ମୁଖ୍ୟ
ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀ ଙ୍କୁ ଏ ମଣିଷକୃତ ତୃଟି ସୁଧାର ପାଇଁ ବାରମ୍ବାର ଗୁହାରି ପରେବି କୌଣସି ପ୍ରକାର କର୍ଣ୍ଣପାତ ନକରିବା ଅଭିଯୋଗ କରିଛନ୍ତି।
ପୁଅ ଭବିଷ୍ୟତ ଅନିଶ୍ଚିତତା ନେଇ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଳ୍ଲାପାଳ ହସ୍ତକ୍ଷେପ କରି ଚନ୍ଦନ ଙ୍କ ଅନଲାଇନ ଭିନ୍ନକ୍ଷମ ତ୍ରୁଟି ପ୍ରମାଣ ପତ୍ରଟି ସୁଧାର ହେବା ନେଇ ଗୁହାରୀ କରିଛନ୍ତି ।