ବାଲ୍ୟ ବିବାହ ନିବାରଣ ଓ ମହିଳା ହିଂସା ବିରୋଧୀ ସଚେତନତା ରଥ ଶୁଭାରମ୍ଭ !

ଢ଼େଙ୍କାନାଳ : ଜିଲ୍ଲାରେ ବାଲ୍ୟବିବାହ ହାର ରାଜ୍ୟ ଠାରୁ ଅଧିକ ରହିଛି। ଓଡ଼ିଶାରେ  ଏହା ୨୦% ଥିବାବେଳେ ଏଠାରେ ଏହା ୨୩.୭%।

ଏଭଳି ସାମାଜିକ ବ୍ୟାଧି ପାଇଁ ଜିଲ୍ଲା ଦୁର୍ନାମ ମୁଣ୍ଡାଇ ଥିବାବେଳେ  ଏହାକୁ ଯଥାସମ୍ଭବ ହ୍ରାସ କରିବା  ଲାଗି ଗଡ଼ିଛି ବାଲ୍ୟ ବିବାହ ନିବାରଣ ଓ ମହିଳା ହିଂସା ବିରୋଧୀ ସଚେତନତା ରଥ। ଜିଲ୍ଲା କାର୍ଯ୍ୟାଳୟ ରମ ପରିସରରେ  ଜିଲ୍ଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। 

ଏହିରଥ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ପରିକ୍ରମା  କରି ଲୋକଙ୍କୁ ସଚେତନ କରାଇବ।  ଏଥିସହ  ଶିଶୁଶ୍ରମିକ ପ୍ରଥା, କନ୍ୟାଭ୍ରୂଣ ହତ୍ୟା, ଶିଶୁ ନିର୍ଯାତନାକୁ ସମ୍ପୂର୍ଣ୍ଣ  ବିଲୋପ କରିବା  ପାଇଁ ଜିଲ୍ଲା  ପ୍ରଶାସନ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ସଚେତନତା ରଥ ପରିକ୍ରମା ଆରମ୍ଭ ହୋଇଛି। 

 ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ  (ରାଜସ୍ୱ) ଉଦୟ କୁମାର ମହାପାତ୍ର,  ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ରମେଶ ଚନ୍ଦ୍ର ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nine + 7 =