ଢେଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଓସୱାନ କକ୍ଷ ଏବଂ ସଦଭାବନା ଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସମେତ ବରିଷ୍ଠ ପଦାଧିକାରୀ , କର୍ମଚାରୀମାନେ ଶପଥ ନେଇଛନ୍ତି ।
ଦୁର୍ନୀତିମୁକ୍ତ ଓ ସମୃଦ୍ଧ ଭାରତ ଗଠନ ଲକ୍ଷ୍ୟନେଇ ସମଗ୍ର ଦେଶରେ ଅକ୍ଟୋବର ୩୧ରୁ ନଭେମ୍ବର ୬ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେଉଛି। ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମ ରେ ଏହାର ଶୁଭାରମ୍ଭ କରିବା ସହ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ଦୁର୍ନୀତିରୁ ଦୂରେଇ ରହିବା ଲାଗି ଶପଥ ପାଠ କରାଇଛନ୍ତି। । ବିଭିନ୍ନ ଅଭିଯୋଗ ନେଇ ଆସୁଥିବା ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ବିନା ଲୋଭରେ ନିଷ୍ଠାବାନ ହୋଇ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।