ଢ଼େଙ୍କାନାଳ : ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ-୨୦୨୨ ପାଳିତ ହୋଇଯାଇଛି।
ଜିଲ୍ଲା ବିପର୍ଯ୍ୟ ପରିଚାଳନା କତ୍ତୃପକ୍ଷ ଏବଂ ଆପାତକାଳୀନ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ଜିଲ୍ଲାପାଳ ସରୋଜ କୁମାର ସେଠୀ ।ଓଡ୍ରାଫ୍ର ଡେପୁଟିକମାଣ୍ଡାଣ୍ଟ ମନୋଜ କୁମାର ଦାସ ଓଡ୍ରାଫ୍ର ପ୍ରସ୍ତୁତି, ବିପର୍ଯ୍ୟୟ ସମୟରେ ଦାୟିତ୍ୱ, ଉଦ୍ଧାର କାର୍ଯ୍ୟ ଏବଂ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ବିଭାଗ ପକ୍ଷରୁ ବିପର୍ଯ୍ୟୟ ର ସଫଳ ମୁକାବିଲା ପାଇଁ ଦିଆଯାଉଥବା ପ୍ରଶିକ୍ଷଣ ବିଷୟରେ ଅବଗତ କରାଇଥିଲେ।
ଏହି ଉପଲକ୍ଷେ ଜିଲ୍ଲାର ସମସ୍ତ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ସଦଭାବନା ସଭାଗୃହଠାରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀ ଓ ଓଡ୍ରାଫ୍ ସଦସ୍ୟଙ୍କୁ ପୁରସ୍କୃତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ। ଓସଡମାର ଡିଆରଆର କନସଲଟାଣ୍ଟ ସଙ୍ଗୀତା ଦାସ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବାବେଳେ ଜିଲ୍ଲା ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ ଧନ୍ୟବାଦ ଦେଇଥଲେ।